ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି

 ଆନନ୍ଦପୁର  : ଆନନ୍ଦପୁର ଭାଜପା ନଗର ମଣ୍ଡଳ ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ପରିସରରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ଡ. ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା  । ଡ. ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକା ପାଇଁ କାର୍ଯ୍ୟ କରିବା ସହ ଏଭଳି ଜଣେ ଯଶସ୍ୱୀ ନେତା ସର୍ବଦା ଚିର ନମସ୍ୟ ବୋଲି ବରିଷ୍ଠ ନେତାମାନେ ମତ ରଖିଥିଲେ  । ଏହି ସଭାରେ ନଗର ମଣ୍ଡଳ ସଭାପତି ହେମନ୍ତ ସାହୁ, ପ୍ରାକ୍ତନ ପୌରପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁ, ପ୍ରାକ୍ତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ବରିଷ୍ଠ ଭାଜପା ନେତା ଗଗନ ସିଂ, ନରେନ୍ଦ୍ର ପଣ୍ଡା, ମହିଳାନେତ୍ରୀ ବବିତା ଶତପଥୀ, ଯୁବନେତା ଗଣେଶ୍ୱର ମହାନ୍ତି, ବିପ୍ଳବ ଜେନା, ସଚିନ ମଲ୍ଲିକ, ମାନସ ସାହୁ, ରୁଦ୍ର ରାଜ, ଲିଟୁ ରାମ, ଦୁଃଖବନ୍ଧୁ ରଣା, ଟିଲୁ ତ୍ରିପାଠୀଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ  ।