ଗୋଟିଏ ନଳକୂପକୁ ୪୫ ପରିବାର

ଦାନଗଦୀ : ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢିବା ସହ କୂଅ ପୋଖରୀ ଜଳସ୍ତର କମିବାରେ ଲାଗିଛି । ଫଳରେ ଜଳ କଷ୍ଟରେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ଅନେକ ଗ୍ରାମବାସୀ । ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତର ମାନଗୋବିନ୍ଦପୁର ମହାବାହୁ ସାହିର ବାସିନ୍ଦା ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି । ସାହିର ଘର ସଂଖ୍ୟା ୪୫ରୁ ଊଦ୍ଧ୍ୱର୍, ଲୋକସଂଖ୍ୟା୨୦୦ରୁ ଊଦ୍ଧ୍ୱର୍ । ସାହିରେ ଅଛି ଗୋଟିଏ ମାତ୍ର ନଳକୂପ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଏକମାତ୍ର ନଳକୂପ ପାଖରେ ଭିଡ଼ ଲାଗିରହୁଛି । ପାଣିମୁନେ୍ଦ ପାଇଁ ମା ଭଉଣୀ ମାନେ ଗରା, ବାଲିଟି ଧରି ଘଣ୍ଟା ଘଣ୍ଟା ଧାଡିରେ ଖରାରେ ଠିଆ ହେଉଛନ୍ତି । ଶିଳ୍ପାଞ୍ଚଳ ପାଖରେ ଥିବା ଗାଁ ହୋଇଥିବାରୁ ଶିଳ୍ପ ଭୁତଳ ଜଳ ଶୋଶୁଥିବାରୁ ନଳକୂପର ଜଳସ୍ତର କମି ଯାଇ ପାଣି କମ କମ ବାହାରୁଛି । ମେଗା ପାନୀୟ ଜଳ ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲୁଥିବାରୁ ଲୋକ ମାନେ ଆଗକୁ ଆହୁରି ହନ୍ତସନ୍ତ ହେବେ । ଯାହା ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରଶାସନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାପାଇଁ ସାହି ବାସିନ୍ଦା ଦାବି କରିଛନ୍ତି ।