ସଂଗଠନ ସୁଦୃଢ କରିବାକୁ ଜୟଦେବଙ୍କ ଦିଗଦର୍ଶନ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ବନ୍ଧୁ ମିଳନ ଆଳରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପାଗ ଭିଡ଼ିବା ଆରମ୍ଭ କରିଦେଇଛନ୍ତି । ଆଜି ପୂର୍ବତନ ମୁ୍ୟନିସିପାଲିଟି କଂଗ୍ରେସ ସଭାପତି ହାଡିବନ୍ଧୁ ଖୁଣ୍ଟିଆଙ୍କ ସଂଯୋଜନାରେ ଆନନ୍ଦପୁର ପୌରପରିଷଦ କଲ୍ୟାଣ ମଣ୍ଡପରେ କଂଗ୍ରେସର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜୟଦେବ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ଏବଂ ବିଜେପି ସରକାରକୁ କଟୁ ସମାଲୋଚନା କରିବା ସହିତ ବିଜେଡି ସରକାର ସମୟରେ ବେକାରୀ, ବେରୋଜଗାରୀ, ନାରୀ ନିର୍ଯାତନାରେ ଭାରତ ବର୍ଷରେ ଶୀର୍ଷରେ ଥିବା ବେଳେ ବିଜେପି ସରକାରରେ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଉଲ୍ଲେଖ କରିଥିଲେ । ସେହିପରି ଯୁବ ନେତା ମନୋଜ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ସ୍ୱର ବେରୋଜଗାରୀ ମୁକ୍ତ ଏବଂ ସ୍ଥିର ଶାସନ ପାଇଁ ଲୋକେ କଂଗ୍ରେସ ଆଡକୁ ଢଳିବା ଆରମ୍ଭ କରିଦେଲେଣି । ଯାହାର ଜବାବ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳନ ହେବ ବୋଲି କହିଥିଲେ । ସେହିପରି ପୌର ପରିଷଦରେ ବିଜେଡିର ପୌରଧ୍ୟାକ୍ଷା ଏବଂ ଉପାଧ୍ୟକ୍ଷ ବିଜେଡି ଦଳର ହୋଇଥିବା ବେଳେ ପୌର ପରିଷଦରେ ବିକାଶ ଏକ ପ୍ରକାର ଠପ ହୋଇଯାଇଥିବା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ବିଷ୍ଣୁ ପ୍ରସାଦ ସାହୁ, ନିକୁଞ୍ଜବିହାରୀ ମିଶ୍ର, ଶ୍ରୀଧର ଦଳେଇ, ସୁରେଶ ଜେନା ପ୍ରମୁଖ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ପୌର ପରିଷଦ ସମେତ ନିର୍ବାଚନ ମଣ୍ଡଳୀର ଶହଶହ ସଂଖ୍ୟାର କର୍ମୀ ଉପସ୍ଥିତ ରହିଥିିଲେ ।