ଗୋରୁ ବୋଝେଇ ଗାଡ଼ି ଜବତ
ବାରଙ୍ଗ : ମୁଣ୍ଡଳୀ ବ୍ୟାରେଜ ଛକରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଛି । ଆଠଗଡ଼ରୁ ଓଡି ୦୫ଏପି ୫୮୧୨ ନମ୍ୱର ଏକ ଗୋରୁବୋଝେଇ ପିକ୍ଅପ୍ ଭ୍ୟାନଟି ମୁଣ୍ଡଳୀ ବ୍ୟାରେଜ ଦେଇ କଟକ ଆଡେ ଯାଉଥିଲା । ଏ ସଂକ୍ରାନ୍ତରେ ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ରାସ୍ତାରେ ଜଗିଥିଲେ । ପୁଲିସ ଗାଡ଼ିଟିକୁ ରୋକିବା ପାଇଁ ଚେଷ୍ଟା କରିବା ବେଳେ, ପୋଲିସକୁ ଦେଖି କିଛି ଦୂରରୁ ଗାଡ଼ିଛାଡି ଚାଲକ ଓ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରୁ ପୁଲିସ ପିକ୍ଅପ୍ ଭ୍ୟାନକୁ ଜବତ କରିଥିବା ସହ ୫ଟି ଗୋରୁକୁ ଉଦ୍ଧାର କରିଛି । ଉଦ୍ଧାର କରାଯାଇଥିବା ଗୋରୁମାନଙ୍କୁ ଖୋର୍ଦ୍ଧା ଜିଲ୍ଲା କୁଜିମହଲରେ ଥିବା ଗୋଶାଳାରେ ଛଡ଼ାଯାଇଥିବା ଫାଣ୍ଡି ପକ୍ଷରୁ ସୂଚନା ଦିଆଯାଇଛି ।