ରଏନଗୁଡା ହରିଜନ ପଡ଼ା ରାସ୍ତା ଶୋଚନୀୟ : ନିର୍ମାଣ କରିବା ପାଇଁ ପଡ଼ାବାସୀଙ୍କ ଦାବି
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ ରଏନଗୁଡା ଗ୍ରାମର ହରିଜନ ପଡ଼ା ଯିବା ରାସ୍ତା ସାମାନ୍ୟ ବର୍ଷା ହେଲେ କାଦୁଅ ପଚପଚ ହୋଇପଡୁଛି । ଉକ୍ତ ରାସ୍ତା କିଛି ଦିନ ତଳେ ପାନୀୟ ଜଳ ପ୍ରକଳ୍ପରେ ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ଖୋଲିଦେଇ ସଠିକ ଭାବେ ସମତୁଲ କରି ନ ଥିବାରୁ ବର୍ଷା ହେଲେ ରାସ୍ତାରେ କାଦୁଅ ହେବା ସହ ସମସ୍ୟା ଆହୁରି ଜଟିଳ ହେଉ ପଡୁଛି । ଏହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପଡ଼ାବାସୀ ପ୍ରକାଶ କରିଛନ୍ତି । ଏମିତି କି କାଦୁଅ ଯୋଗୁଁ ବୃଦ୍ଧ, ବୃଦ୍ଧାମାନେ ଗୋଡ଼ ଖସି ଖଣ୍ଡିଆ ଖାବରା ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି । ପଞ୍ଚାୟତ ଅନୁଦାନରୁ ଏହି ରାସ୍ତା ନିର୍ମାଣ ପାଇଁ ଲକ୍ଷେ ଟଙ୍କା ଆସିଥିଲେ ହେଁ କାମ ନ ହେଉ ଦିନ ପରେ ପରେ ଗଢ଼ି ଚାଲିଥିବା ଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି । ଏନେଇ ବଡପୋଡାଗୁଡା ସରପଞ୍ଚଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା ହେଲେ କିଛି ସନ୍ତୋଷ ଜନକ ଉତ୍ତର ମିଲି ପାରି ନଥିଲା । ଏଣୁ ପ୍ରସାଶନ ଏହି ରାସ୍ତାକୁ ଦୃଷ୍ଟି ଆକର୍ଷଣ କରି ବର୍ଷା ଦିନକୁ ଆଖି ଆଗରେ ରଖି ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।