ଆଗେଇ ଚାଲିଛି ରଥ ମରାମତି କାର୍ଯ୍ୟ
ଆନନ୍ଦପୁର : ରଥଯାତ୍ରା କୁ ଆଉ ରହିଲା ମାତ୍ର ଗୋଟିଏ ସପ୍ତାହ । ଆସନ୍ତା ୨୭ ତାରିଖ ଦିନ ମହା ପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ନବ ଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁ ରନôବେଦୀ ଛାଡି ଜନ୍ମବେଦୀକୁ ୯ ଦିନ ପାଇଁ ବିଜେ କରିବେ । ଏଥିପାଇଁ ରଥ ଖଳାରେ ନନ୍ଦିଘୋଷ ରଥ ମରାମତି କାର୍ଯ୍ୟ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ମୁଖ୍ୟ ମହାରଣା ମହେନ୍ଦ୍ର ସାମଲଙ୍କ ତତ୍ୱାବଧାନରେ ରଥଯାତ୍ରା ପୂବରୁ ମରାମତି କାର୍ଯ୍ୟ ସାରିବାକୁ ଜୋରଦାର ପ୍ରୟାସ ଚାଲିଛି । ବର୍ତମାନ ସୁଦ୍ଧା ଚକ କାର୍ଯ୍ୟ, ନିରାଡି, କୁଡୁକା, ପଟ୍ଟା ବରାନ୍ଧ, କୋଣଗୁଜ, ନିରଡୀ, ଯୋଖା, ଚାରି ନାହାକ, ଚଉଦ ନାହାକ ପାଖୁଡା, ପ୍ରଥମ ଭୂଇଁ, ଖମ୍ବି, ଦ୍ୱିତୀୟ ଭୂଇଁ, କାର୍ଯ୍ୟ ସରିଥିବା ଜଣାଯାଇଛି । ରଥଯାତ୍ରାର ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ କାର୍ଯ୍ୟ ସମାପ୍ତ ହେବ ବୋଲି ମହାରଣା ନୁରସିଂହ ସାମଲ ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ରଙ୍ଗ ସେବକମାନେ ରଥ, ପାର୍ଶ୍ୱ ଦେବତା, ଅଶ୍ୱ, ସାରଥୀଙ୍କୁ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସେହିପରି ଅନନ୍ତ ଦାସ, ଉପେନ୍ଦ୍ର ନାଇକ ଏବଂ କେଶବ ପାତ୍ର ପ୍ରମୁଖ ସହାୟକ ମହାରଣା ରଥ ମରାମତି କାର୍ଯ୍ୟରେ ମୁଖ୍ୟ ମହାରଣାକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।