ନଦୀରେ ବୁଡି ବୃଦ୍ଧ ମୃତ 

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମ ଋଷିକୂଲ୍ୟା ନଦୀରେ ବୁଡି ଜଣେ ବୃଦ୍ଧଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ଲିଙ୍ଗରାଜ ବେହେରା (୬୪)  । ପ୍ରକାଶ ଯେ, ପ୍ରତିଦିନ ଭଳି ବୃଦ୍ଧ ଜଣଙ୍କ ରବିବାର ସକାଳେ ଘରୁ ଜାଲ ନେଇ ମାଛ ଧରିବା ପାଇଁ ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧଙ୍କ ସନ୍ଧାନ ମିଳିନଥିଲା । ଅପରାହ୍ନରେ ଗ୍ରାମର କିଛି ଲୋକେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀକୂଳରେ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ମୃତକଙ୍କ ସ୍ତ୍ରୀ କୁମାରୀ ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି ।  ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି ପ୍ରକାଶ କରିଛନ୍ତି  ।