ରକ୍ତ ଦାନ ଶିବିର

 ନିମାପଡ଼ା : ନେକ୍ସସ ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର କର୍କଟ ରୋଗୀ ମାନଙ୍କ ନିମନ୍ତେ ଆଜି ଭଗବତୀ ପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ମାର୍ଗଦର୍ଶକ୍ ପ୍ରଶାନ୍ତ କୁମାର ରାଉତ, ସ୍ୱାଗତମ୍ ସାହୁ ଓ ସତ୍ୟ ନାରୟଣ ସାହୁଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ଶିବିରକୁ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଉଦଘାଟନ କରିଥିଲେ ।ଅତିଥି ଭାବେ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ସନ୍ଦୀପ କୁମାର ମହାପାତ୍ର ଯୋଗ ଦେଇଥିଲେ । ଶିବିରରେ ୨୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଫାଉଣ୍ଡେସନର ସଭାପତି ସୁବ୍ରତ ମଲ୍ଲିକ, ସଭ୍ୟ ଶ୍ରୀକାନ୍ତ ସାହୁ, ସର୍ବଜିତ୍ ମିଶ୍ର , ଦେବାଶିଷ ଦାସ, ସମ୍ବିତ କୁମାର ମହାନ୍ତି, ସଂଜିତ୍ ଖଟୋଇ, ଗଜେନ୍ଦ୍ର ବେହେରା, ଚନ୍ଦନ ପରିଡ଼ା, ପନ୍ତି ଛୋଟରାୟ ଓ ଦେବ ରଞ୍ଜନ ସାହୁ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।