ଅଜଗର ସାପ ଉଦ୍ଧାର
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ଅଫିସ ସମ୍ମୁଖରୁ ଏକ ଅଜଗର ଉଦ୍ଧାର ହୋଇଛି । ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୮ଘଟିକା ସମୟରେ ଗ୍ରାମର କିଛି ଯୁବକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଚାନ୍ଦିନୀ ଉପରେ ବସିଥିବା ବେଳେ ହଠାତ୍ ନଜର ପଡିଥିଲା ଏହି ଅଜଗର ଉପରେ । ରାସ୍ତା ଅତିକ୍ରମ କରୁଥିବା ଦେଖିବା ପରେ କାଏମା ଗ୍ରାମର ସାପ ଉଦ୍ଧାରକାରୀ ଯୁବକ ତପନ କୁମାର ପୃଷ୍ଟିଙ୍କୁ ଖବର ଦିଆଯାଇଥିଲା । ସେ ଘଟଣା ସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ । ଏହାକୁ ଦେଖିବା ପାଇଁ ପ୍ରାୟ ଶତାଧିକ ଲୋକେ ଗହଳି କରିଥିଲେ । ଅଜଗରଟି ଛୋଟ ଛୁଆ ବୋଲି ଜାଣିବା ପରେ, ମା ଅଜଗର ପାଖାପାଖି ଅଞ୍ଚଳରେ ଥାଇପାରେ ବୋଲି ସ୍ତାନୀୟ ଲୋକେ କହିଥିଲେ । ସାପଟିର ଲମ୍ବା ପ୍ରାୟ ସାତ ଫୂଟ ଲମ୍ବା ହେବାର ଅନୁ ମାନ କରାଯାଇଛି । ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପଂଚାୟତର ସରପଞ୍ଚଙ୍କ ପ୍ରତି ନିଧି କହିଛନ୍ତି ।