ହତ୍ୟା ଅଭିଯୋଗ ଆଣିଲେ ବାପା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚô ମୃତ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।  ମୃତା ମହିଳାଙ୍କ ବାପା ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର କେଶବ ଦାସଙ୍କ ଝିଅ ସୋନାଲି ଦାସଙ୍କ ସହିତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ମାଟିଆ ଗ୍ରାମର ଜନକର ମଳିକ ପୁଅ ଲିପୁନ ମଳିକଙ୍କର ମୋବାଇଲରୁ ପ୍ରଥମେ ପରିଚୟ ହୋଇ ପରେ ପରେ ସମ୍ପର୍କ ଗଢି ଉଠିଥିଲା । 
ଗତ ୨୦୨୫ ମସିହା ଜାନୁଆରୀ ୨୨ ତାରିଖରେ ଉଭୟ ଲିପୁନ ଓ ସୋନାଲି ପରସ୍ପରକୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ପରେ ସୋନାଲିଙ୍କ ସ୍ୱାମୀ ଲିପୁନ ନିଜ କର୍ମ ସଂସ୍ଥାନ ପାଇଁ ଘର ବାହାରକୁ ଚାଲିଯାଇ ଥିଲେ ଓ ନବ ବିବାହିତା ସୋନାଲି ନିଜ ଶାଶୁ ଶଶୁର ଓ ପରିବାର ସହିତ ଶାଶୁ ଘରେ ରହିଥିଲା ଓ ବିବାହର ମାତ୍ର ୩ମାସ ପରେ ଗତକାଲି ଅପରାହ୍ନରେ ହଠାତ ସୋନାଲି ଆତ୍ମହତ୍ୟା କରିଥିବା ଖବର ତାଙ୍କ ବାପା ମା ଓ ପରିବାର ଲୋକମାନେ ପୋଲିସ ସୂତ୍ରରୁ ଖବରପାଇ  ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ଓ ତେବେ ସୋନାଲିଙ୍କ ବାପା କେଶବ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚô ଝିଅର ମୃତୁ୍ୟ ହୋଇଥିବା ଦେଖିବାକୁ ପାଇଥିଲେ ଓ କୌଣସି ବିଶେଷ କାରଣ ନଥାଇ ବିବାହର ମାତ୍ର ୩ମାସ ପରେ ଝିଅର ମୃତୁ୍ୟକୁ ହୋଇ ଥିବାରୁ ମୃତା ସୋନାଲିଙ୍କ ବାପା ସନେ୍ଦହ ପ୍ରକାଶ କରିଥିଲେ । ଶେଷରେ ଶାଶୂଘର ପରିବାର ଲୋକେ ଅଧିକ ଟଙ୍କା ଯୌତୁକ ପାଇଁ ନିର୍ଯା ତନା ଦେଇ ଆସୁଥିବା ତାଙ୍କ ଝିଅକୁ ଜୀବନରୁ ମାରିଦେଇ ଥିବା ନେଇ ମୃତା ସୋନାଲିଙ୍କ ବାପା କେଶବ ଦାସ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଅନ୍ୟ ପକ୍ଷରେ ଘରେ କେହି ପରିବାର ଲୋକମାନେ ନଥିବାର ସୁଯୋଗରେ ବୋହୂ ସୋନାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ମୃତ ସୋନାଲିଙ୍କ ଶାଶୁ ରୀନା ମଲିକ ପ୍ରକାଶ କରିଛନ୍ତି ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତା ସୋନାଲିଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ସମୁଦାୟ ମା ମଲାର ତଦନ୍ତ ଆରମ୍ଭ କରିଛି ।