"ମାତା ପିତାଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ବିକାଶ ସେନା, ଓଡିଶା ପକ୍ଷରୁ ‘ମାତା ପିତାଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ବିକାଶ ସେନାର ଅଧ୍ୟକ୍ଷ କେ ବାଲାରାଜୁ ଅଚାରୀଙ୍କ ଆହ୍ୱାନକ୍ରମେ ମୁଖ୍ୟ ଅତିଥି ଭାବେ ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ, ସମ୍ମାନିତ ଅତିଥି ଭାବେ ମାଥିଲି ସରପଞ୍ଚ କାନାମ୍ ରାଜୁ ନାୟକ, ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ବରିଷ୍ଠ ଆଦିବାସୀ ନେତା ହଳଧର ପୂଜାରୀ, ଭାଜପା ନେତା କୁନାଲ ମିଶ୍ର, ମାଥିଲି ବିଏସଏସଓ ସଞ୍ଜୟ କୁମାର ସାମଲ ଯୋଗ ଦେଇ ମାତାପିତାଙ୍କୁ ପୁଅଝିଅମାନେ ସନ୍ମାନ ଦେବା ଓ ସେବା ସୁଶ୍ରୁସା କରିବା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଏମଡି ଆକବର ମଞ୍ଚ ପରିଚାଳନା କରିଥିଲେ ।