ଜିଲାସ୍ତରୀୟ ପିସିପି ଏନ୍ଡିଟି ପରାମର୍ଶଦାତା କମିଟି ବୈଠକ

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଜିଲାସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ପିସିପିଏନ୍ଡିଟି ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଲିଙ୍ଗ ନିରୂପଣକୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରି ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ ।  ବୈଠକରେ ଜିଲାରେ କାର୍ଯ୍ୟକ୍ଷମ ଥିବା ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ନୂତନ କ୍ଲିନିକ୍ ପଞ୍ଜିକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଲିଙ୍ଗ ଅନୁପାତ ଅର୍ଥାତ୍ ପ୍ରତି୧୦୦୦ପୁଅରେ ଝିଅଙ୍କ ସଂଖ୍ୟା ୯୦୯ଥିବାରୁ ଜିଲାପାଳ ଉଦବେଗ ପ୍ରକାଶ କରିଥିଲେ ।  ଏହାକୁ ବର୍ଦ୍ଧିତ କରିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲାରେ ପଞ୍ଜିକରଣ ହୋଇନଥିବା ଓ ବହୁ ପୁରୁଣା ମେସିନ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକକୁ ଚିହ୍ନଟ କରି ସିଲ କରିବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ପ୍ରାରମ୍ଭରେ ଜିଲା ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାଶିଷ ମହାରଣା ସ୍ୱାଗତ ସୂଚନା ପ୍ରଦାନ କରିଥଲେ । ଜିଲ୍ଲାରେ ୪ଟି ସରକାରୀ ଓ ୩୩ଟି ବେସରକାରୀ ଅଲଟ୍ରାସାଉଣ୍ଡ କ୍ଲିନିକ କାର୍ଯ୍ୟ କରୁଥିବା ମୁଖ୍ୟ ଚିକିସôା ଅଧିକାରୀ ସୂଚନା ଦେଇଥିଲେ । ପିସିପି ଏନଡିଟି ଆଇନ ଲିଙ୍ଗ ନିରୂପଣକୁ ବିଶେଷ କରି ଭ୍ରୁଣନଷ୍ଟ ପାଇଁ ଲିଙ୍ଗ ନିରୂପଣ ନିଷିଦ୍ଧ କରିଛି । ଯିଏ ଲିଙ୍ଗ ନିରୂପଣ କରିବେ ଆଇନତ ସେମାନଂକୁ ୩ବର୍ଷ ଜେଲ ଓ ଦଶହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥା ରହିଛି । ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ.ଶିବପ୍ରସାଦ ସାହୁ, ଡ.ରମେଶ ଚନ୍ଦ୍ର ମଲ୍ଲିକ, ଡ.ପ୍ରଦୀପ୍ତ କୁମାର ସାହୁ ଏବଂ ଡ.ନଗେନ୍ଦ୍ର ମହାପାତ୍ର, ଜିଲଳ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ପିସିପି. ଏନଡିଟି ପରାମର୍ଶଦାତା କମିଟି ସଦସ୍ୟ ଡ.ରାଜକିଶୋର ପଣ୍ଡା, ପ୍ରେମଲତା ପଣ୍ଡା, ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।