ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ

 ବେତନଟୀ :  ଓଡିଶା ରାଜ୍ୟ କୁଡୁମୀ ସେନା ଅଧ୍ୟକ୍ଷ ଜୈମୁନୀ କୁମାର ମହାନ୍ତ ବିଶେଷ ସମ୍ମାନିତ ଅତିଥି ଭାବେ ବିହାର ରାଜ୍ୟ ସରକାରଙ୍କ ପକ୍ଷରୁ ନିମନ୍ତ୍ରିତ ହୋଇ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ ତମ ଅନ୍ତଃରାଷ୍ଟ୍ରୀୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଜୟନ୍ତୀ ଉତ୍ସବ ବିହାର ରାଜ୍ୟ ପଶ୍ଚିମ ଚମ୍ପାରଣ ଜିଲ୍ଲାର ସିକଟା ଠାରେ ଅନୁଷ୍ଠିତ ହେବା ସହିତ ବିହାର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ଏବଂ ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ କୋଇଲା ଓ ଖଣି ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ, ଗୃହ ନିର୍ମାଣ ମନ୍ତ୍ରୀ ଜୟନ୍ତ ରାଜ, ବାଲ୍ମିକୀ ନଗର ସାଂସଦ ସୁନୀଲ କୁମାର, ପଡୋଶୀ ନେପାଳ ସରକାରଙ୍କ ମନ୍ତ୍ରୀ ରମେଶ ପଟେଲ କୁର୍ମି ପ୍ରମୁଖ ଯୋଗ ଦେଇ ଲୌହ ମାନବ ସ୍ର୍ଦ୍ଦାର ପଟେଲଙ୍କର ଭାରତର ରାଜ୍ୟ ସମୂହର ମିଶ୍ରଣରେ ଥିବା ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଏଭଳି ଜଣେ ସ୍ଥିତ ପ୍ରଜ୍ଞ ମହାମାନବ ବିରଳ ଉଦାହରଣ ବୋଲି ବିଶିଷ୍ଟ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେ କର୍ମୀ କ୍ଷତ୍ରିୟ ମାନଙ୍କ ଦାୟାଦ ଥିଲେ ହେଁ ଏହି କୁର୍ମୀ କ୍ଷତ୍ରିୟମାନେ ଓଡିଶା ର ନିଜର ପରିଚୟ ହାସଲ ପାଇଁ ଦୀର୍ଘ ବର୍ଷ ଧରି ସଂଗ୍ରାମ ଜାରି ରଖି ଆସିବା ସହିତ ଏଠାରେ କୁଡ଼ୁମୀ ସେନାର ରାଜ୍ୟ ନେତୃତ୍ୱ ନେଇ ଲଢେଇ କରି ଆସୁଥିବା ସତ୍ତ୍ୱେ ରାଜ୍ୟ ସରକାର ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସ୍ୱୀକୃତି ଦେବା ପାଇଁ ଅବହେଳା ପ୍ରଦର୍ଶନ କରି ଆସୁଥିବା ଯୋଗୁଁ ଏହି ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ । ବିହାର ସରକାର ତାଙ୍କୁ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରିଥିବାରୁ ଏଠାରେ ବିହାର ରାଜ୍ୟ ସରକାରଙ୍କୁ ସେନା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।