ଅବସରପ୍ରାପ୍ତ କିରାଣୀଙ୍କ ପରଲୋକ
ବ୍ରହ୍ମବରଦା : ବୁଧବାର ସକାଳୁ ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ଅବସରପ୍ରାପ୍ତ କିରାଣୀ ସେକ୍ ସୁଲେମାନ (୮୦)ଙ୍କ ପରଲୋକ ଘଟିଛି । ସେ କିଛିଦିନ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳୁ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ନେଇଯାଇଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକ ଖବର ପ୍ରସାରିତ ହେବା ଫଳରେ ନିଜ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସରଳ, କର୍ତବ୍ୟନିଷ୍ଠ ଓ ପରୋପକାରୀ ବ୍ୟକ୍ତିଥିଲେ । ସ୍ୱର୍ଗତ ସୁଲେମାନ୧୯୭୮ମସିହାରୁ ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ କିରାଣୀ ଭାବେ ଚାକିରି ଜୀବନ ଆରମ୍ଭ କରି ୨୦୧୩ରେ ସେହିଠାରୁ ହିଁ ଅବସର ଗ୍ରହଣ କରିଥିଲେ । ତାଙ୍କ ଉଦେ୍ଦଶ୍ୟରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ନାରାୟଣ ଆଇଚଙ୍କ ତତ୍ୱାବଧାନରେ ଏକ ଶୋକସଭା ଆୟୋଜନ କରାଯାଇ ଅମର ଆତ୍ମାର ସଦ୍ଗତିଃ କାମନା କରାଯାଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ଝିଅ, ବୋହୁ, ନାତି, ନାତୁଣୀ ଓ ବନ୍ଧୁ ବାନ୍ଧବ ଆଦି ଉପସ୍ଥିତ ଥିଲେ । ଶୋକାକୁଳ ପରିବେଶରେ ପରିବାର ଓ ଆତ୍ମୀୟ ସ୍ୱଜନ ମାନେ ମସଜିଦ୍ ସମ୍ମୁଖରେ ଜନାଜା ପାଠ ପରେ ତାବୁଦରେ ନିଆଯାଇ ଗାଁ କବରସ୍ଥାନରେ କବର ଦିଆଯାଇଥିଲା ।