ରଜ ମହୋସôବରେ କଂସ ମହାରାଜ
ନିମାପଡ଼ା : ସ୍ଥାନୀୟ ବ୍ଲକ୍ ଅଧିନସ୍ଥ ଭିଲିଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ତିନିଦିନ ଧରି ରଜ ମହୋସôବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଦୀର୍ଘ ୮ବର୍ଷ ଧରି ବିଷ୍ଣୁପୁର ଅଞ୍ଚଳର ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ଏହି ଉସôବରେ ସ୍ଥାନୀୟ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ପୋଡ଼ପିଠା ସାଙ୍ଗକୁ ମିଠା ପ୍ରସ୍ତୁତ କରାଯାଇଥିଲା । ରଜ ଉସôବର ମୁଖ୍ୟ ଆକର୍ଷଣ ପାନ ସହିତ ରଜ ଦୋଳି ଖେଳି ଆଖ ପାଖ ଅଞ୍ଚଳର ଯୁବତୀ ଓ ମହିଳା ମାନେ ରଜ ପର୍ବ ପାଳନ କରିଥିଲେ । ଚଳିତ ବର୍ଷ ରଜ ମହୋସôବର ମୁଖ୍ୟ ଆକର୍ଷଣ ବରଗଡ଼ ଧନୁ ଯାତ୍ରାର ମହାରାଜା କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ନାଥ ଛତ୍ରିଆ ଅତିଥି ଭାବେ ଆସି ରଜ ମହୋସôବ ବୁଲିବା ସହିତ ଧନୁ ଯାତ୍ରାର କଂସ ସଂଳାପ ଶୁଣାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ୍, ଶିକ୍ଷାବିତ୍ ଜଗତ ପ୍ରସାଦ ସାବୁତ୍, ବିଶିଷ୍ଟ ସାହିତ୍ୟିକା ସଂଗୀତା ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ଦାଶ, ସରପଞ୍ଚ ଅରବିନ୍ଦ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ସୀମନ୍ତ ଶେଖର ରଥ ଓ ରବିନ୍ଦ୍ରନାଥ ନାୟକ ମଞ୍ଚ ପରିଚାଳନା କରିଥିଲେ ।