ମା' ପାଇଁ ଗଛଟିଏ
କଟକ : ସ୍ଥାନୀୟ ବେଲଭିଉଛକଠାରେ ଥିବା ଗାନ୍ଧୀ ପାର୍କଠାରେ ମେୟର ସୁବାସ ସିଂହଙ୍କ ନେତୃତ୍ୱରେ କଟକ ମହାନଗର ନିଗମ ପକ୍ଷରୁ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ମହାନଗର ନିଗମ ଅଞ୍ଚଳରେ ବାୟୂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା, ସହରକୁ ସ୍ୱଚ୍ଛ ଓ ସବୁଜମୟ କରିବା, ସଭିଙ୍କୁ ସ୍ୱଚ୍ଛ ଓ ନିର୍ମଳ ଅମ୍ଳଜାନ ମିଳିପାରିବ ଆଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପରିବାର ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବା ପାଇଁ ମେୟର ଜନସାଧାରଣଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଦମୟନ୍ତୀ ମାଝି, ସ୍ଥାନୀୟ କର୍ପୋରେଟର ଆରତୀ ସାହୁ, ଉପଆୟୁକ୍ତ ତି୍ରନାଥ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।