ରାଜନଗର ବିଜେପିର ମିଶ୍ରଣପର୍ବ

 ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବିକ୍ରମ ବାରିକଙ୍କ ସଂଯୋଜନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ନେତା ଲଳିତ କୁମାର ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ ଯୋଗଦେଇ ବିଜେଡି ଓ କଂଗ୍ରେସ ଦଳ ତ୍ୟାଗକରି ବିଜେପିରେ ଯୋଗଦେଇଥିବା ନେତା ଓ କର୍ମୀମାନଙ୍କୁ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣପର୍ବରେ ପ୍ରାକ୍ତନ ସମିତି ସଭ୍ୟ ସୁକଦେବ ଭଦ୍ର, ପୂର୍ବତନ ନାଏବ ସରପଞ୍ଚ ଗୁରୁଚରଣ ପରିଡା, ୱାର୍ଡସଭ୍ୟ ସୁକଦେବ ବାରିକ, ମାନଗୋବିନ୍ଦ ସ୍ୱାଇଁ, ଅନାଦୀ ରାଉତ, ବିଶ୍ୱନାଥ ଦାସ, ଅଜାମ୍ବର ଜେନା, ଅଭିମନୁ୍ୟ ନାୟକ, ରବିନ୍ଦ୍ର ରାଉତ, ଜୟରାମ ସ୍ୱାଇଁ, ପ୍ରମୋଦ ରାଉତ, ସମୀର ସାମଲ, ମଳୟ ରାଉତ, ବିଜୟ ସାହୁ ପ୍ରମୁଖ ପ୍ରାୟ ୪୫ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ନେତୃମଣ୍ଡଳୀ ଦଳରେ ସାମିଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ମିଟୁମନୋଜ ନାୟକ, ଅମର ରାଉତ, ଅଜୟ ଲେଙ୍କା, ନିମାଇଁ ରାଉତ ବୁଦ୍ଧଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାକ୍ତନ ମଣ୍ଡଳ ସଭାପତି ଧିରେନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।