ରଜକ ସମାଜର ବାର୍ଷିକୋତ୍ସବ 

 ଆସିକା : ସୁବେନେଶ୍ୱର ପୀଠରେ ଦେବଭୂମି ରଜକ ସମାଜର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏଥିରେ ଆଲିପୁର, କୋଟିବାଡି, ପଥରା, ନିରାଳ, କେ ନୂଆପାଲି, କେ ନୂଆଗାଁ, ଦେବଭୁମୀ, ଲଛମାନ ପଲ୍ଲୀ ଅଂଚଳର ବହୁ ରଜକ କୁଳର ସଦସ୍ୟ ମାନେ ଯୋଗ ଦେଇଥିଲେ । ଆସିକା ତାଳୁକା ରଜକ ସମାଜର ସଭାପତି ସତ୍ୟ ନାରାୟଣ ସେଠୀଙ୍କ ସଭାପତିତ୍ୱରେ ବାର୍ଷିକ ବିବରଣୀ, ସାଙ୍ଗଠନିକ ଆଲୋଚନା, ସମେତ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏହି ରଜକ କୂଳର ସଭାପତି ରୂପେ ସତ୍ୟ ନାରାୟଣ ସେଠୀ, ଉପସଭାପତି ସନ୍ତୋଷ ସେଠୀଓ ଅଶୋକ ସେଠୀ, ସମ୍ପାଦକ ରୂପେ ଭଞ୍ଜ ରାମ ସେଠୀ ଓ ବାୟୁରି ସେଠୀ, କୋଷାଧ୍ୟକ୍ଷ ରୂପେ ସିଲୁ ସେଠୀ, ପାଇକ ରୂପେ କାଳିଆ ସେଠୀ ଓ ଭଞ୍ଜ ରାମ ସେଠୀ,ମୁଠା ବେହେରା ରୂପେ ଦୀନବନ୍ଧୁ ସେଠୀ, ସୁରେନ୍ଦ୍ର ସେଠୀ, ଗ୍ରାମ୍ୟ ମେମ୍ବର ରୂପେ ଦେବଭୂମି ର ଦଣ୍ଡ ପାଣି ସେଠୀ, ଲଛମନପଲ୍ଲୀ ଦିନବନ୍ଧୁ ସେଠୀ, ପଥରା ଓ ନିରାଳ ରଙ୍କ ନିଧି ସେଠୀ, କେ.ନୂଆପଲ୍ଲୀର ମୋଚିରାମ ସେଠୀ, ଅଲିପୁର ଶିବରାମ ସେଠୀକୁ ମନୋନୀତ କରାଯାଇଛି ।