ଉନ୍ନୟନ ଅଧିକାରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ରାୟଗଡ/ଗୁଣୁପୁର : ରାୟଗଡ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଗୁଣପୁର ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଡ଼ମ୍ବସରା ଏବଂ ଚଲକମ୍ବା ପଞ୍ଚାୟତ ଗସ୍ତ କରି ବିକଶିତ ଗାଁ ଏବଂ ବିକଶିତ ଓଡ଼ିଶାର ପ୍ରକଳ୍ପ ପରିଦର୍ଶନ କରିଥିଲେ । ତତ୍ ପରେ ପୁଟାସିଂ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟସ୍ତରୀୟ ସ୍ୱଚ୍ଛତା ଶିବିର ବୈଠକରେ ଯୋଗ ଦେଇଥିଲେ । ଉକ୍ତ ଶିବିର ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ୍ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା ପ୍ରଧାନ ମନ୍ତ୍ରୀ ଜନ ମନ ଯୋଜନା ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ଆଲୋଚନାକ୍ରମେ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଧାର୍ଯ୍ୟ ସମୟ ୪ ମାସ ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ / ଙ୍କା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ଆଲୋକପାତ କରାଯାଇଥିଲା । ଉକ୍ତ ଶିବିରରେ ୭୦୦ରୁ ଲର୍ଦ୍ଧ୍ୱ ଲାଞ୍ଜିଆ ସୌରା ଜନ ଜାତି(ପିଭିଡିଜି) ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଅର୍ଥ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ସେବା ଲକ୍ଷ୍ମୀ ନାରାୟଣ ଦୋରା, ଜିଲ୍ଲା ପରିଷଦ ରାୟଗଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସରପଞ୍ଚ ଏସୀୟ ଶବର ଏବଂ ସମିତି ସଭ୍ୟ, ପୁଟାସିଂ ଗ୍ରାମ ପଞ୍ଚାୟତର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।