ରତନ ମୋହିନୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ନୂଆପଡା : ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ବିଶିଷ୍ଟ ରାଜଯୋଗିନୀ ଦାଦି ରତନ ମୋହିନୀଙ୍କ ବିୟୋଗରେ ଖଡ଼ିଆଳ ସ୍ଥିତ ବ୍ରହ୍ମ କୁମାରୀ ବିଶ୍ୱ ବିଦ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପରିଚାଳିକା ଭଉଣୀ ସୂର୍ଯ୍ୟକାନ୍ତି ଦାଦିଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଦାଦି ରନô ମୋହିନୀ ଇଶ୍ୱରୀୟ ଚେତନାର ପ୍ରଚାର ପ୍ରସାର ପାଇଁ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିଲେ ଓ ତାଙ୍କ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ । ଶତାଧିକ ଅନୁଗାମୀ ଦାଦିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।