ବଂଶଧାରା ନଦୀରେ ଛଡ଼ାଗଲା ୭.୫ଲକ୍ଷ ଯାଆଁଳ
ଗୁଣୁପୁର : ରାୟଗଡା ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବଂଶଧାରା ନଦୀରେ ୭ ଲକ୍ଷ ୫୦ ହଜାର ମାଛ ଯାଆଁଳା ଛଡାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ ମେନକା ସବର, ଏମବିକେ, ସିଆରପି, ରାମନାଗୁଡ଼ା, ରାମନାଗୁଡ଼ା ବ୍ଲକର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୪୦ରୁ ଊଦ୍ଧ୍ୱର୍ ମହିଳା ସଦସ୍ୟା, ମତ୍ସ୍ୟ ଚାଷୀ ଏବଂ ବ୍ୟବସାୟୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ସଭାପତିତ୍ୱ କରିଥିବା ବେଳେ ବିଭିନ୍ନ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନଦୀ ଭଣ୍ଡାରରୁ ମାଛବଂଶ ଧୀରେ ଧୀରେ ଲୋପ ପାଇଯାଉଥିବାରୁ ସରକାରଙ୍କ ଦ୍ୱାରା ଏହି ନଦୀ ଭଣ୍ଡାରରେ ମାଛ ଜାଅଁଳା ଛାଡିବା କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ । ଯାହାକି ନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କର ଆୟ ବୃଦ୍ଧି କରିବାରେ ନିଶ୍ଚିତ ରୂପେ ସହାୟକ ହେବ ।