ଚାଷୀଙ୍କ ଖାତାକୁ ଗଲା ଟଙ୍କା
ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା ।ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରିଛନ୍ତି ମୋହନ ସରକାର ।ଚାଷୀଙ୍କ ଖାତାକୁ ଆସିଛି ୮୦୦ ଟଙ୍କାର ଇନପୁଟ ସହାୟତା ।କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା ଏମ୍ଏସ୍ପି ସହିତ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନପୁଟ୍ ସହାୟତା ଚାଷୀଙ୍କ ଖାତାକୁ ଯାଇଛି ।
ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍ପୁଟ ସବ୍ସିଡି ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଇନ୍ପୁଟ ସହାୟତା ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଘୋଷଣା କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ଏମ୍ଏସ୍ପି ସହ ୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦେବେ । ରାଜ୍ୟ ସରକାର ଚାଷୀଙ୍କଠାରୁ ମୋଟ ୩୧୦୦ ଟଙ୍କାରେ ଧାନ କିଣିବେ । ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ । ବାଲେଶ୍ୱର, ଖୋର୍ଦ୍ଧା, କନ୍ଧମାଳ, ଜଗତ୍ସିଂହପୁର,କୋରାପୁଟ, ଭଦ୍ରକ, ପୁରୀ, ସମ୍ବଲପୁର, ଗଞ୍ଜାମ,ମୟୂରଭଞ୍ଜ, କଳାହାଣ୍ଡି, ଜିଲାରେ ସମାବେଶ କରି ଇନ୍ପୁଟ ସହାୟତା ବଣ୍ଟନ କରାଯିବ ।