ରତ୍ନଭଣ୍ଡାରରୁ ମିଳିଛି ଯୁଦ୍ଧ ସାମଗ୍ରୀ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର : ଶ୍ରୀମନ୍ଦିର ଭିତର ରନôଭଣ୍ଡାରରୁ ମିଳିଛି ପୁରାତନ କାଳର ବା ରାଜ ରାଜୁଡ଼ା ସମୟର ଯୁଦ୍ଧ ସାମଗ୍ରୀ । ତେବେ ଏହି ସାମଗ୍ରୀ ଗୁଡ଼ିକ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ି ନାହିଁ । ସେଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ନିର୍ମିତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।ଗତ ଗୁରୁବାର ପୂର୍ବାହ୍ନରେ ଭିତର ରନôଭଣ୍ଡାର ଖୋଲାଯାଇଥିଲା । ଜଷ୍ଟିସ ରଥଙ୍କ ସମେତ ୧୧ ଜଣିଆ ଟିମ ଭିତର ରନôଭଣ୍ଡାରରେ ପ୍ରବେଶ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ସହିତ ରନôଭଣ୍ଡାରରୁ ସମସ୍ତ ଅଳଙ୍କାର ମହାପ୍ରଭୁଙ୍କ ଖଟ ଶେଯ ଘରକୁ ସ୍ଥାନାନ୍ତର କରାଯାଇଥିଲା । ସିସିଟିଭି କ୍ୟାମେରା ନଜରରେ ଅଳଙ୍କାର ସବୁ ରଖାଯାଇଥିବା ସୂଚନା ଦିଆଯାଇଛି ।