ଘଣ୍ଟାଏ ବର୍ଷାରେ ଆସିକା ବେହାଲ
ାା ପ୍ରଭାନୁ୍ୟଜ୍ ।ା ଆସିକା, : ବର୍ଷା ଋତୁ ଆଗମନ ପରେ ଶୁକ୍ରବାର ସନ୍ଧ୍ୟାରୁ ଆସିକାରେ ଏକ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ଚାଷ ଜମି ଏବେ ଜଳାର୍ଣବ ହୋଇଛି । ସେଭଳି ସହର ଓ ଗ୍ରାମାଞ୍ଚଳର ଅବସ୍ଥା ବେହାଲ ହୋଇ ପଡିଛି । ଦୋକାନ ବଜାର ବ୍ୟବସାୟ ସବୁ ମାନ୍ଦା ହୋଇ ପଡିଛି । ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ଯାନବାହନ ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି । ବିଶେଷ କରି ଦୁଇ ଚକିଆ ଯାନ ଓ ସାଇକେଲ ଓ ରିକ୍ସା ଚଳାଚଳ ସମ୍ଭବ ହେଉନଥିଲା । ନାଳ ନର୍ଦ୍ଧମାରେ ବର୍ଷା ପାଣି ଜମି ଯିବା ଦ୍ୱାରା ଖାଲଖମା ଯୋଗୁ ରାସ୍ତା ଜଣାପଡୁ ନଥୁବାରୁ କିଛି ଲୋକ ପଡି ଆହତ ମଧ୍ୟ ହୋଇଛନ୍ତି । ସ୍କୁଲ ପିଲାମାନେ ଟିଉସନ ଯିବାରେ ବାଧା ସୃଷ୍ଟି ହୋଇଛି । ସେମିତି ବର୍ଷା ଦ୍ୱାରା ଗାଈ ,ଗୋରୁ, ପୋଢ଼, ମଇଁଷି, ଛେଳି ଓ କୁକୁଡ଼ା ଭଳି ଗୃହ ପାଳିତ ପଶୁ ଓ ପକ୍ଷୀ ବର୍ଷାରେ ପ୍ରଭାବିତ ହୋଇଛନ୍ତି ।