ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ


ାା ପ୍ରଭାନୁ୍ୟଜ୍ ।ା ବଡ଼ସାହି: ପୁରୁଣା ସରକାର ଯାଇ ଏବେ ନୂଆ କରି ରାଜ୍ୟରେ ବିଜେପି ସରକାର ଆସିଛି । ନୂଆ ସରକାର ସମୟରେ ସବୁ କ୍ଷେତ୍ରରେ ସଂସ୍କାର ଆସିବ ବୋଲି ନୂଆ ଆଶା ଅପେକ୍ଷାରେ ରାଜ୍ୟବାସୀ ଅଛନ୍ତି । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଅଧିକ ସଂସ୍କାରର ଆବଶ୍ୟକତା ରହିଛି । ମାତ୍ର ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ ଭଳି କେତେକ ଅଧିକାରୀଙ୍କ ମାନମାନି ଓ ବେଫିକର୍ ମିଜାଜ୍ ଯୋଗୁଁ ଏହା ଫଳପ୍ରଦ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ବଡ଼ସାହି ବ୍ଲକର ଦୁର୍ଗାପୁର ପଞ୍ଚାୟତ ଅଧୀନସ୍ଥ ଦଲକି ସରକାରୀ ଉପ୍ରା ସ୍କୁଲରେ ରହିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସଚେତନ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ପର୍ଯ୍ୟନ୍ତ ଅଧିକ ଶିକ୍ଷକ ବିଭିନ୍ନ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବହୁବାର ଗୁହାରୀ କରି ଆସିଛନ୍ତି । ମାତ୍ର ଏଥିରେ ଅଦ୍ୟାବଧି ସେମାନେ କୌଣସି ସୁଫଳ ପାଇପାରି ନାହାନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅସନ୍ତୁଷ୍ଟ ଗ୍ରାମବାସୀ ସହିତ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନେ୍ଦାଳନ କରିଥିଲେ । ଫଳରେ ନିରୀହ ଛାତ୍ରଛାତ୍ରୀ  ୨ ଶିକ୍ଷୟିତ୍ରୀଙ୍କ ସହିତ ବାହାରେ ପ୍ରବଳ ତାତି ସତ୍ତ୍ୱେ୍ୱ ତମ୍ବୁ ତଳେ ବସିବାକୁ ବାଧ୍ୟ ହୋଇଥିଲେ । ଏ ସମ୍ପର୍କରେ ବ୍ଲକ ଶିକ୍ଷା ବିଭାଗ ଅବଗତ ଥାଇ ସୁଦ୍ଧା ସେ ସ୍କୁଲରେ କୌଣସି ଅଧିକାରୀ ପହଞ୍ଚି ନ ଥିଲେ । ସ୍କୁଲ ଛୁଟି ସମୟ ହେବା ପରେ ଆନେ୍ଦାଳନକାରୀମାନେ ଆନେ୍ଦାଳନକୁ ସ୍ଥଗିତ ରଖିଥିଲେ । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଉକ୍ତ ତାଲାବନ୍ଦ ଆନ୍ଦୋଳନ ସ୍କୁଲ ସମୟରେ ଜାରୀ ରହିବ ବୋଲି ଗ୍ରାମବାସୀ ଦୃଢତାର ସହ କହିଛନ୍ତି । ଏ ସମ୍ପର୍କରେ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ମଧୁସ୍ମିତା ଗିରିଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ କହନ୍ତି,"ଗତ ୧୦ ଦିନ ହେଲାଣି ସେ ସ୍କୁଲରେ ଶିକ୍ଷକର ଆବଶ୍ୟକତା ରହିଥିବା ସମ୍ପର୍କରେ ଆମେ ଉପରକୁ ଜଣାଇଛୁ । ବିଭାଗ ପକ୍ଷରୁ ପୋଷ୍ଟିଂ ହେଲେ ସେଠାରେ ମଧ୍ୟ ନିଯୁକ୍ତି ହେବ । ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସହିତ ଅଭିଭାବକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କଠୋର ମନୋଭାବ ପୋଷଣ ପୂର୍ବକ ବେଫିକର ଭାବେ ଉତ୍ତର ଦେଇଥିଲେ । ବିଇଓଙ୍କ ଏଭଳି ଉତ୍ତର ସମସ୍ତଙ୍କୁ ଅଧିକ ବ୍ୟଥିତ କରିଥିବା ବେଳେ ତାଙ୍କ ଉପରେ ଉପରିସ୍ଥ ଅଧିକାରୀଙ୍କ ଆଶୀର୍ବାଦ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।