ରଥଖଳାରୁ.. ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ

 ପୁରୀ  : ରଥଖଳାରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ୨୦୨ ଜଣ ବିଭିନ୍ନ ବର୍ଗର ସେବକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ରଥର ୩୫ଟି ଚକ ନିର୍ମାଣ ଶେଷ ହୋଇ ଅନ୍ୟ ଅଂଶଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ରବିବାର ସୁଦ୍ଧା ତିନି ରଥର ୩୬ଗୋଟି ଚକ ନିର୍ମାଣ ଶେଷ ହୋଇ ଆରମ୍ଭ ହୋଇଛି ତିନି ରଥର ଚଉଦ ନାହାକା ଚଉପଟ କାର୍ଯ୍ୟ । ତିନି ରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇ ଚାଲିଛି । ମହାରଣା ସେବକଙ୍କ ପ୍ରତିଟି ନିର୍ମାଣ କାର୍ଯ୍ୟର ସହାୟକ ଭାବେ ଜଗି ରହିଛନ୍ତି ଭୋଇ ସେବକମାନେ । ତିନି ରଥ ଚାଳିରେ କାର୍ଯ୍ୟରତ ବିଶ୍ୱକର୍ମା ମହାରଣାଙ୍କ ଇସାରାରେ କାଠ ଚଉପଟ କାମ କରାଯାଉଛି । ଜନ୍ତାଗାଡ଼ ଠାରେ ତୁମ୍ବରେ ଶିଙ୍ଗଡ଼ା ବାଡ଼େଇ ତିନି ରଥ ଚାଳିମହାରଣା ସେବକମାନଙ୍କୁ ଭୋଇମାନେ ଯୋଗାଇଦେଉଛନ୍ତି । ତିନି ରଥର ଶେଷ ଦୁଇଗୋଟି ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଚକ ତୁମ୍ବରେ ଶିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ଶିଙ୍ଗଡ଼ା କଟା ପରେ ଅରମୁଖ ସାଲ ଶେଷ ହୋଇଛି । ପଇବିନ୍ଧ ପର୍ଯ୍ୟାୟ ଶେଷ ହୋଇଛି । ପଇ ସଂଯୋଗ ସହ ପଇ କଳସା କାର୍ଯ୍ୟ କରାଯାଉଛି । ଏଥିସହ ତିନି ରଥର ବାରଗୋଟି ଲେଖାଏଁ ଭୂଇଁ ଚଉତାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ବିନ୍ଧ ଅନୁକୂଳ ହୋଇ ବିନ୍ଦ କାର୍ଯ୍ୟ ପାଇଁ ଚଉତାରେ ମାପ ଚିହ୍ନ ଦିଆ ଶେଷ ହୋଇଛି । ରୂପକାର ସେବକମାନେ ତିନି ରଥ ସାଲଗୁଜରେ କରୁଥିବା ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଦୋଳବେଦୀ ଠାରେ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ କଣ୍ଟା ବାଡ଼ିଆ କାର୍ଯ୍ୟ ବଳବତ୍ତର ରଖିଛନ୍ତି । ତିନି ରଥର ଚାରମାଳ ପାଇଁ ପ୍ରଥମ ଦଫାରେ ତାଳଗର ଆସି ରଥ ଖଳାରେ ପହଞ୍ଚôଛି ।