ରଥଖଳାରୁ ...ଚକ ଅଖ ଥାକ ସହ ଦିଗ ନିର୍ଣ୍ଣୟ

ପୁରୀ : ୩୫ ଦିନରେ ପହଞ୍ଚôଛି ରଥ ନିର୍ମାଣ କାର୍ଯ୍ୟ । ୨୦୬ଜଣ ବିଭିନ୍ନ ବର୍ଗର ସେବକ ରଥ ଖଳାରେ ଅହରହ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ୩ ରଥର ଚକ, ଅଖ, ଥାକ ସହ ଦୀଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ତିନି ରଥର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ ପୂର୍ବକ ଚକ ଅଖ ଥାକ ର୍କାର୍ଯ୍ୟ ସଜନ୍ନ ହୋଇଥିଲେ ମଧ୍ୟ ନନ୍ଦିଘୋଷ ରଥର ଅଖ ଗୁଡ଼ିକର ସଂଶୋଧନ କାର୍ଯ୍ୟ ହେତୁ ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ସଂପର୍ଣ୍ଣ ହୋଇପାରିନଥିଲା । ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ଅଖ ଗୁଡ଼ିକର ସଂଶୋଧନ କାର୍ଯ୍ୟ ବିଶେଷ ନ ଥିବାରୁ ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ଚକର ଦିଗ ନିର୍ଣ୍ଣୟ ପୂର୍ବକୁ ଚକ ଅଖକୁ ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିଣ୍ଣୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚକ ଆଗକୁ ଗଡ଼ି ନ ଯିବା ପାଇଁ ଚକ ଦୁଇ ପାଶ୍ୱର୍ରେ ବାନ୍ଧ ଲାଗି କରାଯାଇଛି । ତିନିରଥର ପାଞ୍ଚୋଟି ଲେଖାଏଁ ଜଗତପୃଷ୍ଠ ସେଣୀରୁ ୪ଗୋଟି ଲେଖାଏଁ ଜଗତପୃଷ୍ଠ ସେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ୧୨ଗୋଟି ଲେଖାଏଁ ଗୟଳରୁ ପାଞ୍ଚଗୋଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଦର୍ପଦଳନ ରଥର ଆଠଗୋଟି ଗୟଳ ମଧ୍ୟରୁ ୨ଟି ଗୟଳର ଚଉପଟ କାର୍ଯ୍ୟ ଶେଷ ହେବା ସହ  ଆଉ ତିନିଗୋଟି ଗୟଳର କାର୍ଯ୍ୟ ରହିଛି । କରତି ସେବକମାନେ ଦର୍ପଦଳନ ରଥର ୪୦ଫୁଟିଆ ପୋଲଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ଗୟଳ କଣ୍ଟା, ଗର୍ଗରା କଣ୍ଟା ଏବଂ ଦଣ୍ଡା କଣ୍ଟା ଶେଷ କରି କଣ୍ଟା ଗୁଡ଼ିକର ମଠା କାର୍ଯ୍ୟ ଜାରି ରଖିଛନ୍ତି । ରୂପକାର ସେବକମାନେ ତିନି ରଥର ବେଦୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଇ କରୁଛନ୍ତି । ତିନି ରଥର ଚାରିଗୋଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରହିଛି । ପାହି ମହାରଣାମାନେ ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି ।