ଗୁଗୁଲ୍ ଓ ମେଟାକୁ ଇଡି ନୋଟିସ୍
ଅନଲାଇନ ବେଟିଂ ଆପ୍ ମାମଲାରେ ଗୁଗୁଲ୍ ଓ ମେଟାକୁ ନୋଟିସ୍ ଜାରି କରିଛି ଇଡି । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ନୋଟିସ୍ କରାଯାଇଛି । ଜୁଲାଇ ୨୧ରେ ହାଜର ହେବାକୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ସମନ୍ ଜାରି କରିଛି । ଅନଲାଇନ୍ ବେଟିଂ ଆପକୁ ପ୍ରତ୍ସୋହନ କରୁଥିବା ଅଭିଯୋଗରେ ଏହି ସମନ୍ ଜାରି ହୋଇଛି ।