ମହିମା ଧର୍ମାଶ୍ରମରେ ବ୍ରହ୍ମଧୂନି ସ୍ଥାପନ ଉସବ
ବୁଗୁଡା: ସ୍ଥାନୀୟ ଯୁଧିଷ୍ଠିର ନଗରସ୍ଥିତ ମହିମା ଧର୍ମାଶ୍ରମ ପରିସରରେ ବିଶ୍ୱଶାନ୍ତି ନିମିତ୍ତ ଅଖଣ୍ଡ ଜ୍ୟୋତି ଅର୍ପଣ ବ୍ରହ୍ମଧୂନି ସ୍ଥାପନ ଉସôବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦ୍ୱିଦିବସୀୟ ଉସôବ ଅବସରରେ ପ୍ରାତଃ ବ୍ରାହ୍ମମୁହୂର୍ତ୍ତରେ ଅଖଣ୍ଡ ଜ୍ୟୋତି ଅର୍ପଣ ଓ ବ୍ରହ୍ମଧୁନିରେ ଘୃତାହୁତି , ବ୍ରହ୍ମନାମ ଭଜନ ଓ ବାଲ୍ୟ ଲୀଳା ଅର୍ପଣ କାର୍ଯ୍ୟକ୍ରମ ସହିତ ସାନ୍ଧ୍ୟ କାଳରେ ଆଧ୍ୟାତ୍ମିକ ଧର୍ମସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋରନ୍ଦା ଗାଦିରୁ ଆସିଥିବା ବକଳଧାରୀ ବାବା ବ୍ରହ୍ମ ଅବଦୂତ , ସାଧୁ ସୁଦର୍ଶନ ଦାସ, ସନାତନ ଦାସଙ୍କ ସମେତ ଅନ୍ୟାନ୍ୟ ସାଧୁଗଣ ଉପସ୍ଥିତ ରହିଥିଲେ । ଉକ୍ତ ଉସôବରେ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ।