ସର୍ବଭାରତୀୟ ଭଲିବଲ୍ ପ୍ରତିଯୋଗିତାରେ ଅନୀଲଙ୍କ କୃତିତ୍ୱ
ଗୋପ: ଗୋପ ପଞ୍ଚାୟତ ଅନ୍ତର୍ଗତ ବାୟାକୁଦା ଗ୍ରାମର ଅକ୍ଷୟ କୁମାର ସେନାପତିଙ୍କ ପୁତ୍ର ଅନିଲ ସେନାପତିଙ୍କୁ କ୍ରୀଡ଼ା କ୍ଷେତ୍ରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅନିଲ ଗୋପ ନିଗମାନନ୍ଦ ହାଇସ୍କୁଲରେ ଅଧୟନ ପରେ + ୨ ଗୋପ ମହାବିଦ୍ୟାଳୟ ତାପରେ କୀଟ ବିଶ୍ୱବିଦ୍ୟାଳୟରେ ଅଧୟନ କରିଛନ୍ତି । ୨୦୧୮ ମସିହାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳୀର କୃତିତ୍ୱ ଅର୍ଜନ କରିଥିଲେ । ପୁନଃ ଚଳିତ ବର୍ଷ ପାଇଁ ସର୍ବ ଭାରତୀୟ ଭଲିବଲ୍ ଖେଳରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ନିଜର ସର୍ବୋତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ସମେତ ନିଜ ସ୍କୁଲ କଲେଜ ଏବଂ ଗୋପ ମା ଭବାନୀ ସ୍ପୋର୍ଟ୍ସ ଆସୋସେସନ ସହିତ ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ଆଣିଛନ୍ତି । କାର୍ଯ୍ୟକ୍ରମରେ ଗୋପ ଆଥଲେଟିକ ଆସୋସେଶନ ର ଶୁଭେନ୍ଧୁ ପୃଷ୍ଠି ଆୟୋଜନ କରିଥିଲେ । ଏଥିରେ ଗୋପ ନିଗମାନନ୍ଦ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କୁଲ ସମ୍ମୁଖରେ ସ୍ୱାଗତ କରିବା ସହିତ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଓ ଏମଭିବିଟି ପକ୍ଷରୁ ପୁରାତନ ଖେଳାଳୀ ବିଭୁତି ଭୂଷଣ ପଟ୍ଟନାୟକ ବିଶ୍ୱରଞ୍ଜନ ମୁଖୀ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଅନିଲ ଭାରତୀୟ ଟିମ୍ ପକ୍ଷରୁ ଅଂଶ ଗ୍ରହଣ କରିବାର ଲକ୍ଷ ରଖିଛନ୍ତି ।