ପୂର୍ବକୋଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ


ାା ପ୍ରଭାନୁ୍ୟଜ୍ ।ା ବ୍ୟାସନଗର, : ରବିବାର କୋରେଇ ବ୍ଲକ ଅର୍ନ୍ତଗତ ପୂର୍ବକୋଟ ସ୍ଥିତ ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଷ୍ଟିଚ୍ୟୁଟ୍ ଠାରେ  ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ବିଶିଷ୍ଟ ପରିବେଶବିତ୍ ତଥା ଉଦୟବଟର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ପ୍ରକୃତିମାତାର ସୁରକ୍ଷା ନିମନ୍ତେ ଜଣେ ବ୍ୟକ୍ତି ନିଶ୍ଚୟ ଗୋଟିଏ ଗଛ ଲଗାଇ ତା’କୁ ବଞ୍ଚାଇ ରଖିବାକୁ ଚେଷ୍ଟିତ ରହିବା ଆବଶ୍ୟକ । ସାମ୍ବାଦିକ ରଜତ କୁମାର ସାହା, ଯୁବ ସମାଜସେବୀ ଉମାକାନ୍ତ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବନ କର୍ମଚାରୀ ନିର୍ମଳ ମଲ୍ଲିକ, ଅମର ପାତ୍ର, ରାକେଶ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ଖଟୁଆ, ଆଉଲା କଟେଶ ରାଓ, ଗଣେଷ ରାଓ, ସୁର୍ଯ୍ୟପ୍ରକାଶ ରାଓ, ଅର୍ଜ୍ଜୁନ ପ୍ରଧାନ, ନରସିଂହ ସ୍ୱାଇଁ, ମାନବ ଜେନା, ବେଣୁଧର ବାରିକ, ଟୁକୁ ମିଶ୍ର, ଅଶୋକ ମହାପାତ୍ର, ଶତୃଘନ ସାହୁ, ପ୍ରାକ୍ତନ ଶିକ୍ଷକ ଅଜୟ ମିଶ୍ର, ଅନୀଲ ରାଓଙ୍କ ସମେତ ଅନୁଷ୍ଠାନର  ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ । ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଷ୍ଟିଚୁ୍ୟଟ୍ର ମୁଖ୍ୟ ଶଶି କୁମାର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।