ତୁଣୁପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ତୁଣୁପୁର ରେ ଥିବା ତୁଣୁପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ସ୍କୁଲ କମିଟିର ସଦସ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତିି । ଅଭିଯୋଗ ରୁ ପ୍ରକାଶ ଯେ, ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ କମିଟିକୁ ଉପେକ୍ଷା କରିବା ସହ ମଧ୍ୟାହ୍ନ ଭୋଜନ, ୟୁଥ କ୍ଲବ, କମ୍ପୋଜିଟ ଅନୁଦାନ ଇତ୍ୟାଦି ସରକାରୀ ଅନୁଦାନ ରାଶିର ଖର୍ଚ୍ଚ ହିସାବ, ଶିକ୍ଷାଦାନ ରେ ଅବହେଳା କରିବା, ସ୍କୁଲ କମିଟିର ଅଧ୍ୟକ୍ଷକଙ୍କ ମତାମତ କୁ ପେକ୍ଷା କରିବା, ବୈଠକ ଛାଡି ପଳେଇବା, ବିଦ୍ୟାଳୟର କ୍ରୀଡା ଉତ୍ସବ, ବାର୍ଷିକ ଉତ୍ସବ ନ କରିବା ଏହି ସବୁ ଅପ୍ରୀତିକର ବାତାବରଣ ଦେଖି ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା କ୍ରମଶଃ କମି କମି ଆସୁଛି । ଏହି ସବୁ କାରଣ ହେତୁ ତାଙ୍କୁ ସେଠାରୁ ବଦଳି କରିବା ପାଇଁ ସ୍କୁଲ କମିଟିର ସଦସ୍ୟ ମାନସ ରଂଜନ ପ୍ରଧାନ, ପ୍ରଦିପ କୁମାର ପଣ୍ଡା, ଶ୍ରୀନିବାସ ପ୍ରଧାନ, ଅଭୟ ବେହେରା, ରଶ୍ମିରେଖା ବିଶ୍ୱାଳ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ତାଙ୍କୁ ସେଠାରୁ ବଦଳି କରିବା ପାଇଁ ଦାବି କରିଛନ୍ତି ।