ମଦ୍ରାସା ମହମ୍ମଦିଆ ଲିଲ ବନତର ବାର୍ଷିକୋତ୍ସବ
କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଠାରେ ଥିବା ମଦ୍ରାସା ମହମ୍ମଦିଆ ଲିଲ ବନତର ବାର୍ଷିକ ଉସôବ ସଭାପତି ସେକ ଜକରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁସଲିମ ଏଜୁକେଶନାଲ ସୋସିଆଲ ୱେଲଫେୟାର ଆସୋସିଏସନ ତରଫରୁ ପରିଚାଳିତ ଏହି ମଦ୍ରାସାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୌଲାନା ଆବୁ ହୋରେରା ମଦନି, ସମ୍ମାନିତ ଅତିଥି ଭାବେ ମୌଲାନା ଇମତିୟାଜ ଉମରି ପ୍ରମୁଖ ଯୋଗ ଦେଇ ନାରୀ ଶିକ୍ଷାର ପ୍ରଚାର ପ୍ରସାର ଓ ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମଦ୍ରାସାର ଅଧ୍ୟକ୍ଷ ନଫିସ ଆରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂପାଦକ ଅବଦୁଲ ମଲିକ, ଜମାତ ଅହେଲେ ହଦିସ ସଂପାଦକ ସେକ ଅତିଉଲ୍ଲା ପ୍ରମୁଖ ସହଯୋଗ କରିଥିଲେ ।