ସମବାୟ ବର୍ଷରେ  ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

 କେନ୍ଦୁଝର  : ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଉପନିବନ୍ଧକ ସମବାୟ ସମିତି ସମୂହ ପର୍ଶୁରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ସଭାପତି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ, କାନନ ବିହାରୀ ପହି, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରମୋଦ ଦାଶ, ଡି.ଡି ଏମ୍ ନାବାର୍ଡ କୁରେଶ ନାୟକ, ସହକାରୀ ସମବାୟ ସମିତି ସମୂହ, ଚମ୍ପୁଆ, ମଙ୍ଗଲ ସୋରେନ, ସହକାରୀ ସମବାୟ ସମିତି ସମୂହ, ଆନନ୍ଦପୁର ରାମ ଚନ୍ଦ୍ର ବିଶ୍ୱାଳ, ସହକାରୀ ସମବାୟ ସମିତି ସମୂହ, କେନ୍ଦୁଝର ସୁଦର୍ଶନ ନାଏକ, ଜି.ଏମ୍ ଜିଲ୍ଲା ସମବାୟ ମିଲ୍କ ଯୁନିଅନ୍ ସତ୍ୟ ପ୍ରକାଶ ଧର, ଜିଲ୍ଲା ମତ୍ସ୍ୟଧିକାରୀଙ୍କ ପ୍ରତିନିଧି ବିଶ୍ୱନାଥ ନାଏକ ଯୋଗ ଦେଇଥିଲେ  । ଜିଲ୍ଲାର ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ସଭ୍ୟ /ସଭ୍ୟା  ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏକ ଆଲୋଚନାଚକ୍ର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପନିବନ୍ଧକ ସମବାୟ ସମିତି ସମୂହ କେନ୍ଦୁଝର ସ୍ୱାଗତ ଭାଷଣ ଦେଇଥିଲେ । ସମବାୟ ନିରୀକ୍ଷକ ସୀମାଶ୍ରୀ ପ୍ରିୟଦର୍ଶିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।  ଆଲୋକ କୁମାର ବଳ ପରିଚାଳନା କରିଥିଲେ  ।