ରାଜକବି କୃଷ୍ଣସିଂହଙ୍କ ଜୟନ୍ତୀ
ଆସିକା : ଆସିକା କୃଷ୍ଣସିଂହ ସାହିତ୍ୟ ପରିଷଦ ଓ କୃଷ୍ଣସିଂହ କଳା ବିକାଶ କେନ୍ଦ୍ର ପକ୍ଷରୁ ରବିବାର ଦିନ ରାଜକବି କୃଷ୍ଣସିଂହଙ୍କ ଜୟନ୍ତୀ ଉସôବ ଓ ପରିଷଦର ୮୧ତମ ପ୍ରତିଷ୍ଠା ଉସôବ ପାଳିତ ହୋଇଥିଲା । ପରିଷଦର ସଭାପତି ପ୍ରଫେସର୍ ମେଜର୍ ରମାରମଣ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ମୁଖ୍ୟ ଅତିଥୁ, ଅବସରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅମ୍ରିତା ମିଶ୍ର (ଦାସ) ମୁଖ୍ୟବକ୍ତା ଓ ବିଶିଷ୍ଟ କଥାଶିଳ୍ପି ଡ. ବାସନ୍ତୀ ମହାନ୍ତି ସମ୍ମାନିତ ଅତିଥ୍ୟ ଭାବେ ଯୋଗଦେଇଥିଲେ । ଅତିଥିମାନେ ଧରାକୋଟ ରାଜବଂଶର ରାଜକବି କୃଷ୍ଣସିଂହଙ୍କ କାବ୍ୟକ କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏତଦ୍ ଅବସରରେ ଡ. ବାସନ୍ତୀ ମହାନ୍ତିଙ୍କୁ ରାଜକବି କୃଷ୍ଣସିଂହ ସାହିତ୍ୟ ଭାରତୀ ସମ୍ମାନ ଓ ଗୁରୁ ଅଶୋକ ମହାପାତ୍ରଙ୍କୁ ରାଜକବି କୃଷ୍ଣ ସିଂହ ରସରାଜ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗୁରୁ ଅଶୋକ ମହାପାତ୍ରଙ୍କ ସହ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିଲା । ଯୁବ କବି ରାଜେଶ୍ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ କବିତା ପାଠୋସôବରେ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ । ପରିଷଦର ସଂପାଦକ ସରୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉପସଭାପତି ସୁରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଙ୍ଘର ସଭାପତି ଅଜିତ ଚୌଧୁରୀ, ସମ୍ପାଦକ ନାରାୟଣ ମୁନି, ପୂର୍ବତନ ସମ୍ପାଦକ ବିଦେଶୀ ନାୟକ, ଅଶୋକ କୁମାର ମହାପାତ୍ର, ଅଶୋକ କୁମାର ପାତ୍ର, ଆଶୁତୋଷ ପାତ୍ର, ସୁଧାଂଶୁ ପାଣିଗ୍ରାହୀ, ପୂର୍ବତନ କାଉନସିଲର ଏମ ତାରିଣୀ ସେନାପତି, ସାମ୍ବାଦିକ ସରୋଜ ଦାସ, ଶକ୍ତି ପ୍ରସାଦ କର, ମନୋଜ ଗଉଡ଼,ବଶିଷ୍ଠ ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।