୯ କୋଟି ୫୬ ଲକ୍ଷ ଠକେଇ ; ମଧ୍ୟପ୍ରଦେଶରୁ ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୨୯ା୪ : ବ୍ୟାଙ୍କରୁ ୯ କୋଟି ୫୬ ଲକ୍ଷ ଟଙ୍କା ଘୋଟାଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) । ଗିରଫ ଜଣଙ୍କ ହେଲେ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲା କିରଣପୁର ଥାନା ନିକଟସ୍ଥ ବାଙ୍ଗଳିଟୋଲା ଗ୍ରାମର ପିଟି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ସପ୍ଲାୟର୍ସର ମାଲିକ ପୋମେଶ୍ ତେମ୍ଭାରେ । ତାଙ୍କୁ ଗିରଫ ପରେ ଲୁଟ୍ ହୋଇଥିବା କିଛି ପରିମାଣର ଟଙ୍କାକୁ ଫ୍ରିଜ କରାଯାଇଛି ।  
 ମୟୂରଭଞ୍ଜରେ ଡିଏମଏଫ୍ ଣ୍ଡରୁ ଟଙ୍କା ହଡପ୍ ହୋଇଥିବା ଗତ ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ୟାଙ୍କ ଅ ଇଣ୍ଡିଆ ବ୍ରାଞ୍ଚର ମୁଖ୍ୟ ପରିଚାଳିକା ସୁଜତା କାନୁଙ୍ଗୋ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ମାମଲାର ତଦନ୍ତ ପାଇଁ ଇଓଡବ୍ଲୁ୍ୟକୁ ଦେଇଥିଲେ । ଏହା ପରେ ଇଓଡବ୍ଲୁ୍ୟ କେସଟିକୁ ଗୁରତର ସହ ନେଇ ପ୍ରାଥମିକ ତଥ୍ୟ ହାସଲ ପରେ ପିଟି କନ୍ଷ୍ଟ୍ରକସନ୍ ଓ ସପ୍ଲାୟର୍ସ ନାଁରେ ରାୟପୁରରେ ଥିବା ପୋମେଶ୍ ତେମ୍ଭାରେଙ୍କୁ ।ର୍ମକୁ ଯାଇଥିଲା । ସେଠାରୁ ତାଙ୍କୁ ନ ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ସିଆରପିଏଫ୍ର ସାହାଯ୍ୟ ନେଇ ପୋମେଶ୍ଙ୍କ ଗାଁକୁ ଯାଇ ତାଙ୍କୁ କାବୁ କରିବା ପରେ ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ସେ ନିଜର ସହଯୋଗୀଙ୍କ ମାଧ୍ୟମରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୁଣା ଚେକ୍ ବୁକ୍ ଡୁପ୍ଲିକେଟ୍ କରିଥିଲେ । ଆଉ ସେହି ଫେକ୍ରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ନାଁରେ ଡୁପ୍ଲିକେଟ୍ ଦସ୍ତଖତ କରାଇଥିଲେ । ତା’ପରେ ସେହି ଚେକ୍କୁ ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଗତ ୧୦ ଓ ୧୮ ତାରିଖରେ ୪ଟି ଚେକ୍ ଜମା କରାଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଅସଲି ଚେକ୍ ଭାବି ଜିଲ୍ଲା ପ୍ରଶାସନର ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ  ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଥିଲେ । ସେହି ସବୁ ଟଙ୍କା ପିଟି କନ୍ଷ୍ଟ୍ରକସନ୍ ଆଣ୍ଡ ସପ୍ଲାୟର୍ସ  ଏବଂ ଏସ୍କେ ଏଣ୍ଟ୍ରପ୍ରାଇଜେସ୍ର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା । ଟଙ୍କା ଟ୍ରାନ୍ସଫର ହେବା ପରେ ପୋମେଶ୍ ତେମ୍ଭାରେ ସେହି ଟଙ୍କାକୁ ୩୩ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଠକେଇ ହୋଇଥିବା ୯ କୋଟି ୫୬ ଲକ୍ଷ ଟଙ୍କା ଭିତରୁ ୫ କୋଟି ୪ ଟଙ୍କାକୁ ଇଓଡବ୍ଲୁ୍ୟ ବ୍ଲକ୍ କରିଛି ।