ସାଇବର ଠକଙ୍କ ପ୍ରତି ସତର୍କ ରହିବାକୁ ଡିସିପିଙ୍କ ପରାମର୍ଶ

ଭୁବନେଶ୍ୱର, ୨୭ା୪ : ସାଇବର ଠକେଇ ନେଇ ଭୁବନେଶ୍ୱର ଡିସିିପିଙ୍କ ସଚେତନତା ବାର୍ତ୍ତା । ସାଇବର ଠକମାନେ ନୂଆ ନୂଆ ତରିକାରେ ଠକେଇ କରିବା ଆରମ୍ଭ କରିଛନ୍ତି । ଯେଉଁ ବ୍ୟକ୍ତିଙ୍କ ପାଖକୁ ନୂଆ ନୂଆ କଲ ଆସୁଛି ସେମାନେ ସାବଧାନ ହୋଇଯିବା ପାଇଁ ଡିସିପି ପ୍ରତୀକ ସିଂ ସତର୍କ କରାଇ ଦେଇଛନ୍ତି । ସାଇବର ଠକମାନେ କଲ କରି କୁହନ୍ତି ଅପାଣଙ୍କର ଏକ ପାର୍ସଲ ଆସିଛି, ଆଉ କେତେବେଳେ ଆପଣଙ୍କ ନାଁରେ ୱାରେଣ୍ଟ ଆସିଛି । ଆପଣଙ୍କୁ ଖୁବଶୀଘ୍ର ପୁଲିସ ଗିରଫ କରିବ । ପରେ ସାଇବର ଠକମାନେ କଲକୁ ଅନ୍ୟ ବ୍ୟକ୍ତିଙ୍କୁ ଟ୍ରାନ୍ସଫର କରାଯାଉଛି । ନିଜକୁ ସେ ଜଣେ ପୁଲିସ ଅଧିକାରୀ ଭାବେ ଦେଉଛି । ପରେ ସେ ଭିଡିଓ କଲିଂ କରି ଲୋକଙ୍କୁ ଦେଖାଉଛି । ସେତେବେଳେ ସେ ପୁଲିସ ୟୁନିଫର୍ମରେ ଥିବା ଦେଖିବାକୁ ମିଳିଥାଏ । ଫଳରେ ଯେ କୌଣସି ବ୍ୟକ୍ତିଟିଏ ହେଲେ ମଧ୍ୟ ଡରିଯିବ । କେତେବେଳେ କ୍ରାଇମର ଏକ ଲିଙ୍କ୍ ପଠାଯାଉଛି । ଭିଡିଓ କଲିଂ କରି କୁହାଯାଉଛି ତୁମକୁ ଗିରଫ କରାଯାଇଛି । ବିଭିନ୍ନ ପ୍ରକାର କଥା କହିବା ସହ ସେମାନଙ୍କୁ ଭୟଭିତ କରି ସେମାନଙ୍କର ଠିକଣା, ନାମ, ପରିଚୟ ଆଦି ମଗାଯାଉଛି । ତୁମ ଆକାଉଣ୍ଟରେ ଏତେ ଲକ୍ଷ ଟଙ୍କା ରହିଛି, ଫିକ୍ସି ଡିପୋଜିଟ୍ ମଧ୍ୟ କରାଯାଇଛି । ଅଭିଯୋଗକାରୀଙ୍କୁ ଏହିଭଳି ଭାବେ ଡରା ଯାଉଛି ଯେ, ସେମାନେ ଅଭିଯୁକ୍ତମାନେ ଯାହା କହୁଛନ୍ତି ସେଇଆ କରିବାକୁ ବାଧ୍ୟ ହେଉଛନ୍ତି । ଗିରଫ ଭୟରେ ଅଭିଯୋଗକାରୀ ବାଧ୍ୟ ହୋଇ ସାଇବର ଠକମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ବାଧ୍ୟ ହେଉଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଏହିଭଳି କଲ ଆସୁଥିଲେ ସାବଧାନ ହୋଇଯାଆନ୍ତୁ । ନିଜକୁ ପୁଲିସର ପରିଚୟ ଦେଇ ଭୟଭିତ କରୁଥିଲେ ସଂଗେ ସଂଗେ କମିଶନରେଟ୍ ପୁଲିସର ଟେଲଫି ନମ୍ବରକୁ କଲ କରି ଜଣାନ୍ତୁ । ସାଇବର ଠକମାନେ ଯେତେ ଭୟଭିତ କଲେ ସେମାନଙ୍କ ଭୟରେ ଆଦୌ ଭୟଭିତ ହୁଅନ୍ତୁ ନାହିଁ । ସାଇବର ଠକମାନେ ବିଭିନ୍ନ ପ୍ରକାର ଫୋନ କରି ଭୟଭିତ କରାଉଛନ୍ତି ସେଥି ପ୍ରତି ସତର୍କ ରୁହନ୍ତୁ । ଯଦି ଆପଣମାନେ ଭୟରେ ସାଇବର ଠକମାନଙ୍କୁ କିଛି ଟଙ୍କା ଦେଇ ଦେଇଛନ୍ତିି ତା ହେଲେ ଆପଣମାନେ ୧୯୩୦କୁ କଲ କରି ଜଣାନ୍ତୁ । କିମ୍ବା ସ୍ଥାନୀୟ ପୁଲିସ ଷ୍ଟେସନ, ସାଇବର ଥାନା କିମ୍ବା କମିଶନରେଟ୍ ପୁଲିସକୁ ଜଣାଇବାକୁ ଡିସିପି ଶ୍ରୀ ସିଂ ରାଜଧାନୀବାସୀଙ୍କୁ ସତର୍କ କରାଇ ଦେଇଛନ୍ତି । କମିଶନରେଟ୍ ପୁଲିସର ହେଲପ୍ ଲାଇନ ନମ୍ବର ୭୪୪୦୦୦୬୭୦୯କୁ ମଧ୍ୟ ଯୋଗାଯୋଗ କରି ନିଜର ଅଭିଯୋଗ ଶୁଣାଇ ପାରିବେ ।