ରାଜନଗର-ଗୁପ୍ତି ପୂର୍ତ୍ତ ରାସ୍ତାକଡରୁ କାଟି ନେଲେ ଗଛ 

 ରାଜନଗର : ରାଜନଗର ବ୍ଲକ୍ ରାଜନଗର-ଗୁପ୍ତି ପୂ ବିଭାଗ ମୁଖ୍ୟ ରାସ୍ତାର ମିଶନଶକ୍ତି କାଫେଠାରୁ କିଛି ଦୂରରେ ଥିବା ତିନୋଟି ବଡ଼ ବଡ଼ ଗଛକୁ କାହାଠାରୁ ଅନୁମତି ନ ନେଇ କାଟି ନେଇଯାଇଥିବା ଅଭିଯୋଗ ହୋଇଛି । ରାସ୍ତା କଡ଼ରେ ଜୟନ୍ତ ସୂତାର ନାମକ ବ୍ୟକ୍ତି ଘର ନିର୍ମାଣ କରିଛନ୍ତି । ରାସ୍ତା କଡରେ ଥିବା କୃଷ୍ଣଚୂଡା ଓ ଆକାଶିଆ ଗଛକୁ କାଟିବା ପାଇଁ ବନବିଭାଗ ଓ ରାଜସ୍ୱ ବିଭାଗକୁ ଆବେଦନ କରିଥିଲେ । ରାଜନଗର ରେଞ୍ଜ ଅଧିନରେ ଯାଉଥିବାରୁ ଫରେଷ୍ଟର ବିଜୟ କୁମାର ପାତ୍ର ଓ ରାଜନଗର ରାଜସ୍ୱ ନିରୀକ୍ଷକ ସନ୍ଦୀପ ମାଣ୍ଡାଙ୍ଗି ମିଳିତ ଭାବେ ଅନୁଧ୍ୟାନ କରି ବଡ ଗଛ ଓ ସିଧା ହୋଇଥିବାରୁ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ କହି କାଟିବାକୁ ଅନୁମତି ନ ଦେଇ ତହସିଲଦାରଙ୍କୁ ଅବଗତ କରାଇଥିଲେ । ଏହାସତ୍ୱେ ବିନା ଅନୁମତିରେ ଗଛ କଟାଯାଇଥିବାରୁ ପରିବେଶବିତ୍ଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଫରେଷ୍ଟର ଶ୍ରୀ ପାତ୍ରଙ୍କୁ ପଚାରିବାରୁ ମିଳିତ ତଦନ୍ତ କରି ସାରିବା ପରେ ଗଛ କଟାଯିବାର ଆବଶ୍ୟକତା ନାହିଁ ବୋଲି ବନଖଣ୍ଡ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ରିପୋର୍ଟ କରିଥିଲୁ । ସଂପୃକ୍ତ ଗଛଗୁଡିକ ସର୍ବସାଧାରଣରେ ଜାଗାରେ ଥିବାରୁ ବନବିଭାଗ ପକ୍ଷରୁ ତହସିଲଦାରଙ୍କୁ ଅବଗତ କରାଯାଇଥିଲା । ଏ ସମ୍ପର୍କରେ ରାଜନଗର ରାଜସ୍ୱ ନିରୀକ୍ଷକ ମାଣ୍ଡାଙ୍ଗୀକୁ ପଚାରିବାରୁ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲୁ । ଗଛ କାଟିବା ପାଇଁ ଫରେଷ୍ଟ ଡିପାର୍ଟମେଣ୍ଟ କାଳେ ଅନୁମତି ଦେଇଥିବ ସେ ଜାଣିନାହଁନ୍ତି । ତହସିଦାର ସାର ଗଛ କଟାଯାଇଥିବା ନେଇ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ତଦନ୍ତ କରି ରିପୋର୍ଟ ପ୍ରଦାନ କରିବି ବୋଲି କହିଛନ୍ତି ।