ମହାବୀର ୟୁଥ୍ କ୍ଲବ୍ର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ପାରାଦୀପ : ପାରାଦୀପଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଦୀର୍ଘବର୍ଷ ହେବ ଯୁବକମାନେ ସଂଗଠିିତ ହୋଇ ଏକ ମହାବୀର ୟୁଥ୍ କ୍ଲବ ଗଠନ କରି ଗ୍ରାମରେ ବିଭିନ୍ନ ସାମାଜିକ ସଂସ୍କାରମୂଳକ କାର୍ଯ୍ୟ କରି ଆସୁଛନ୍ତି । ଏବଂ ସେମାନଙ୍କର ଏକ ନିଜସ୍ୱ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେବ ଦାବି କରି ଆସୁଥିଲେ । ପରିଶେଷରେ ସରପଞ୍ଚ ସସ୍ମିତା ବେହେରାଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ସେ ତୁରନ୍ତ ଏହାର ନିର୍ମାଣ ପାଇଁ "ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ମହାବୀର କୋଠ ଘର ନିର୍ମାଣ ପାଇଁ ଟ. ୪.୦୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କ୍ଲବ୍ର ସଦସ୍ୟମାନେ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବା ପରେ ସରପଞ୍ଚ ଶ୍ରୀମତୀ ବେହେରା ଉକ୍ତ କ୍ଲବ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଉକ୍ତ ଗୃହଟି ଗ୍ରାମର ଯୁବସେବା କାର୍ଯ୍ୟରେ ଲାଗି ପାରିବ ବୋଲି ସରପଞ୍ଚ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଟୁ, ଆଲୋକ, ପିଣ୍ଟୁ, ଶୁଭାଶିଷ, ଚିକୁ, ପପି, ଲିପୁ, ସାଗର, ଚିତ୍ତନ୍, ମନୋଜ, ନୋକା, ଜଗନ୍, ଚଗଲା, ଜ୍ଞାନ, ରିଙ୍କୁ, ନିଲୁ, ବୁବୁ, ସାକୁଲା, ସାରଦା, ବିଳାସ, ପିଣ୍ଟୁ, ଅରୁ ପ୍ରମୁଖ ଉପସ୍ଥିତ ଥିଲେ ।