ମଣ୍ଡିରୁ ୩୫୫୬ କ୍ୱିଣ୍ଟାଲ ଧାନ ସଂଗ୍ରହ
ଭଦ୍ରକ: ସରକାରୀ ଦରରେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣା ଯିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଧାନ ମଣ୍ଡି ସବୁ ଖୋଲାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସମୁଦାୟ ୩୫୫୬ କ୍ୱିଣ୍ଟାଲ ଧାନ କିଣାଯାଇଛି । ସେଥିରୁ ମିଲର୍ଙ୍କୁ ୨୯୨୭ କ୍ୱିଣ୍ଟାଲ ଧାନ ପ୍ରଦାନ କରାଯାଇଛି । ୬୨୯ କ୍ୱିଣ୍ଟାଲ ଧାନ ମଣ୍ଡିରେ ଅଛି । ୨୦୦୩ କ୍ୱିଣ୍ଟାଲ ଧାନ ମିଲରଙ୍କ ଦ୍ୱାରା ଗ୍ରହଣ କରାଯାଇଛି । ଏ ବର୍ଷ ସମୁଦାୟ ୯୮୯୭୭୯ କ୍ୱିଣ୍ଟାଲ ଧାନ କ୍ରୟ କରାଯିବା ଲକ୍ଷ ଧାର୍ଯ୍ୟ କରାଯାଇଛି ।