ରାଜନଗର ପଞ୍ଚାୟତ ସମିତି ବୈଠକ

 ରାଜନଗର: ରାଜନଗର ବ୍ଲକ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈ÷ଠକର ପ୍ରାରମ୍ଭରେ ବିଡିଓ ଅନିରୁଦ୍ଧ ବେହେରା ଜାମ୍ମୁ-କାଶ୍ମିରୀରେ ପ୍ରାଣ ହରାଇଥିବା ପର୍ଯ୍ୟଟକ, ଗୁଜୁରାଟରେ ଉଡାଜାହାଜ ଜଳିଯାଇ ଶତାଧିକ ଯାତ୍ରୀଙ୍କ ମୃତୁ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସମିତି ସଭ୍ୟ ପ୍ରଶାନ୍ତ କୁମାର ରାଉତ ପୁରୀ ରଥଯାତ୍ରାରେ ତିନିଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ନେଇ ଶୋକ ପ୍ରସ୍ତବ ଆଗତ କରିଥିଲେ । ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ମହାନ୍ତି ଏହି ବ୍ଲକ ଡେରା ଗ୍ରାମର ଦୁଇଝିଅ ଓ ତାଙ୍କ ସାଙ୍ଗ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ସେମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବିଧାୟକ ଧୃବ ସାହୁ ତାଙ୍କ ପାଣ୍ଠିରୁ ଦିଆଯାଇଥିବା ପ୍ରକଳ୍ପଗୁଡିକ ସଂପର୍କରେ ପଞ୍ଚାୟତ ସମିତିକୁ ଅବଗତ କରାଇଥିଲେ । ବିକଶିତ ଗାଁ ବିକଶିତ ଓଡିଶା ପାଇଁ ଆସିଥିବା ଅନୁଦାନ କିଭଳି ବିନିଯୋଗ କରାଯିବା ସେ ନେଇ ଆଲୋଚନା ହୋଇଥିଲା । ରାସ୍ତାଘାଟ, ସ୍ୱାସ୍ଥ୍ୟ, ପାନୀୟଜଳ, ଶିକ୍ଷା, ବିଦୁ୍ୟତ ଯୋଗାଣ ସଂପର୍କରେ ଆଲୋଚନା କରାଯାଇଥିଲା । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଷଚନ୍ଦ୍ର ଗୁଡିଆଙ୍କ ସହ ସରପଞ୍ଚ, ସମିତି ସଭ୍ୟ, ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।