ହେରାପଞ୍ଚମୀ ଭଜନ ସମାରୋହ

 ପୁରୀ : ଭକ୍ତି ସଂଗୀତର ମୂର୍ଚ୍ଛନାରେ ସୃଷ୍ଟି ହୋଇଥିଲା ଭାବମୟ ପରିବେଶ । ଉପସ୍ଥିତ ଶ୍ରୋତାମାନେ ହୋଇଯାଇଥିଲେ ନିର୍ବାକ ନିସ୍ପନ୍ଦ ଓ ଭାବବିହ୍ୱଳ । ଅବସର ଥିଲା ଶରଧାବାଲି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ୪୫ତମ ହେରାପଞ୍ଚମୀ ଭଜନ ସମାରୋହ । ସୁପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରି ସମବେତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭଜନ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ପୁରୀର ସାଂସଦ ଡ଼. ସମ୍ବିତ ପାତ୍ର । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ରୂପେଶ ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ସ୍ୱାଇଁ, ହାଇଟେକ୍ ମେଡ଼ିକାଲ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ସମାଜସେବୀ ପଙ୍କଜ ଲୋଚନ ମହାନ୍ତି, କିଶୋର କୁମାର ରାଉତ, ଧର୍ମେନ୍ଦ୍ର ଗୁପ୍ତା, ଡ଼. ଶାରଦା ମିଶ୍ର, ଦୀପକ ମହାନ୍ତି ଓ ନୀଳାଦ୍ରି ଭୂଷଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ବସନ୍ତ କୁମାର ମିଶ୍ରଙ୍କୁ ଗୁରୁ ଗୌରବ ସମ୍ମାନ, କଣ୍ଠଶିଳ୍ପୀ ମାନସୀ ପାତ୍ରଙ୍କୁ ‘ମାଖନଲାଲ ହାଲଦାର’ ସ୍ମୃତି ସମ୍ମାନ, ସୌରଭ ଭରଦ୍ୱାଜଙ୍କୁ ନିକୁଞ୍ଜ କିଶୋର ଜେନା ସ୍ମୃତି ସମ୍ମାନ, ସଂଗୀତ ନିଦେ୍ର୍ଦଶକ ପରମାନନ୍ଦ ସାହୁଙ୍କୁ ଉକôଳ ସଂଗୀତ ଗୌରବ ସମ୍ମାନ, ଅଭିଜିତ ମିଶ୍ରଙ୍କୁ ଦୁଃଖୀଶ୍ୟାମ ମର୍ଦ୍ଦାରଜ ସ୍ମୃତି ସମ୍ମାନ, ସୁଧାକର ମିଶ୍ରଙ୍କୁ ମିନାକ୍ଷୀ ମହାପାତ୍ର ସ୍ମୃତି ସମ୍ମାନ, ଅମୃତ ରଂଜନ ଦାସଙ୍କୁ ହରକଲ୍ୟାଣ ପଟ୍ଟନାୟକ ସ୍ମୃତି ସମ୍ମାନ, ଶୈଳଭାମା ମହାପାତ୍ରଙ୍କୁ ଉକôଳ ସଂଗୀତ ଗୌରବ ସମ୍ମାନ, ସିଦେ୍ଧଶ୍ୱର ପଟ୍ଟନାୟକଙ୍କୁ ମୃତୁ୍ୟଞ୍ଜୟ ସାସମଲ ସ୍ମୃତି ସମ୍ମାନ, ପ୍ରଦୀପ ରଣାଙ୍କୁ ଶ୍ରୀକ୍ଷେତ୍ର ସେବା ରତ୍ନ, ଲିଙ୍ଗରାଜ ମହାରଣାଙ୍କୁ ଚିତ୍ରକଳା ଓ ବିଭୁପ୍ରସାଦ ନନ୍ଦଙ୍କୁ ଡ଼. ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ଶରତ ନାୟକ, ଅନ୍ତରା ଚକ୍ରବର୍ତ୍ତୀ, ନିର୍ଲିପ୍ତା ମିଶ୍ର, ଇରା ମହାନ୍ତି, ସୌରଭ ଭରଦ୍ୱାଜ, ମଞ୍ଜୁଶ୍ରୀ ତି୍ରପାଠୀ, ଦିପ୍ତୀରେଖା ପାଢୀ, ଅଭିଜିତ ମିଶ୍ର, ଅଞ୍ଜଳି ମିଶ୍ର, ଗଗନ ବିହାରୀ ଜେନା, ଅର୍ପିତା ଚୌଧୁରୀ, ସୁଧାକର ମିଶ୍ର, ଶୈଳଭାମା ମହାପାତ୍ର, ପ୍ରଫୁଲ୍ଲ ବେହେରା ପ୍ରମୁଖ ଭଜନ ପରିବେଷଣ କରିଥିଲେ ।