ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଉପରେ ତାଲିମ
ତାଳଚେର : ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ତାଳଚେର ସ୍ୱଚ୍ଛାସେବୀ ସଂଗଠନ ସୋସିଆଲ ଡ଼େଭଲୋପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ତାଳଚେର କଲେଜ ଠାରେ ଛାତ୍ରମାନଙ୍କ ଦକ୍ଷତା ନିମନ୍ତେ ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ଉପରେ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ମେଜର ସୁବ୍ରତ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଏବଂ ଦୈନନ୍ଦିନ ଜୀବନରେ ମାଣ୍ଡିଆ ଆବଶ୍ୟକତା ସହିତ କିପରି ଉପଦେୟତା ରହିଛି ସେହି ବିଷୟରେ ଅବଗତ କରାଇଥିଲେ । କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ପ୍ରଭୃତି ଯୋଗଦାନ କରିବା ସହ ସଫଳତା ଔଦାଗୀ ବିକାଶ କ୍ଷେତ୍ରରେ ସାମିଲ ହେବାସହ ନିଜର ଆର୍ଥିକ ବିକାଶ ଦିଗର ଗୁରୁତ୍ୱ ପ୍ରତିପାଦନ କରିପାରିବେ ସେ ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ସରୋଜ ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତାଲିମଦାତ୍ରୀ ଭାବେ ବହ୍ଲର ଛକ ସ୍ଥିତ ମମତା ଉଦ୍ୟୋଗର ମମତା ରାଣୀବିଶି ମାଝୀ ମାଣ୍ଡିଆ ଲଡ଼ୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ମହାଦେବ ଦାସ, ପ୍ରଦୁ୍ୟମ୍ନ ପ୍ରଧାନ, ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବାବେଳେ ସମ୍ପାଦକ ବୁଦ୍ଧଦେବ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।