ରାଜପଥ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର


ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ମରଣଯନ୍ତା ପାଲଟିଛି । ତାଳଚେର ତାଳବେଡା ଠାରୁ ବନରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି । ୩୦ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା କିନ୍ତୁ ଏହି ରାସ୍ତା ଉପରେ ଯାନବାହାନ ବହୁଗୁଣ ବୃଦ୍ଧି ପାଇଛି । ଦୈନିକ ହଜାର ହଜାର ଭାରୀଯାନ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରୁଛି । କଣିହାଁ, ପାଲଲହଡା, ବନରପାଳ, ପରଜଙ୍ଗ, କାମାକ୍ଷାନଗର ସବୁ ଅଞ୍ଚଳକୁ ଯିବା ପାଇଁ ତାଳଚେରବାସୀଙ୍କର ଏହା ମୁଖ୍ୟରାସ୍ତା । ଫଳରେ ଦୈନିକ ହଜାର ହଜାର ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ । ଦୈନିକ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ବହୁବାର ଉକ୍ତ ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀ ଆନେ୍ଦାଳନ କରି ଆସୁଛନ୍ତି । ଏହି ରାସ୍ତାରେ ଗଲେ କେତେବେଳେ ପହଞ୍ଚôବେ, ସୁରକ୍ଷିତ ଭାବେ ପହଞ୍ଚôବେ ନା ନାହିଁ କହି ହେବ ନାହିଁ । ତାଳଚେରବାସୀଙ୍କର ଏହା ଏକ ମୁଖ୍ୟ ସମସ୍ୟା । ବିଜେପି ପକ୍ଷରୁ ଉକ୍ତ ଜାତୀୟ ରାଜପଥର ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ ଓ ସନ୍ଥପଡା ସରପଞ୍ଚ ଉପ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ରାସ୍ତାର ଉନ୍ନତିକରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ନିୟମିତ ଭାବେ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି ।