ବିପଦସଂକୁଳ ବିଦୁ୍ୟତ୍ ଟ୍ରାନ୍ସଫର୍ମର
ଖଣ୍ଡପଡା : ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ଗ୍ରାମର ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟିଛି ସ୍ଥାନୀୟ ନେତାଜୀ କ୍ଲବ୍ ପରିସରରେ ଥିବା ମୁକୁଳା ବିଦୁ୍ୟତ୍ ଟ୍ରାନ୍ସଫର୍ମରଟି । ଦୈନିକ ଏହି ରାସ୍ତା ଦେଇ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନେ ପାଠ ପଢିବାକୁ ଯାଉଥିବା ବେଳେ, ଖୋଲାମେଲାରେ ଅବସ୍ଥିତ ବିଦୁ୍ୟତ୍ ଟ୍ରାନ୍ସଫର୍ମରଟି ସେମାନଙ୍କ ପାଇଁ ବିପଦର କାରଣ ପାଲଟିଥିବା ଜଣାପଡିଛି ।ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ବିଦୁ୍ୟତ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ପ୍ରଶାସନ ଓ ବିଦୁ୍ୟତ ବିତରଣ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।