ରାଜାଭିଷେକ ଉତ୍ସବ ଅନୁଷ୍ଠିତ 

ଜଗତସିଂହପୁର:  ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଠାକୁର ରାଜା ଭାବେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏବଂ ଜିଲ୍ଲାପାଳଙ୍କ ସହଧର୍ମିଣୀ, ମନ୍ତ୍ରୀ ପାରିଷଦ ଭାବେ ଏସ୍ପି ଭବାନୀ ଶଙ୍କର ଉଦ୍ଗାତା, ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ତହସିଲଦାର, ଜଗତସିଂହପୁର, ତାରିଣୀ ରଞ୍ଜନ ରାୟ ପୌରପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ବଡ଼ ଦାଣ୍ଡରୁ ଶତାଧିକ ସେବାୟତ, ମହିଳା ସ୍ୱୟଂ ସହାୟକ ଦଳ କର୍ମୀ ଠାକୁର ରାଜା ଓ ସମସ୍ତ ପରିଷଦ ଗଣଙ୍କୁ ଏକ ସଂକୀର୍ତନ ଶୋଭାଯାତ୍ରାରେ ବଳଦେବଜୀଉ ମନ୍ଦିରକୁ ପାଛୋଟି ନେଇ ବେଢା ପରିକ୍ରମା କରାଇବା ସହିତ ଶ୍ରୀଜିୟୁଙ୍କୁ ଦର୍ଶନ କରାଇଥିଲେ । ଏହା ପରେ ନାଟ ମଣ୍ଡପ ଠାରେ ରାଜାଭିଷେକ ଉଛବ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୁରୋଧା ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଶର୍ମା ରୀତିନୀତି ମୁତାବକ ପୂଜାପାଠ କରିସାରିବା ପରେ ଅଞ୍ଚଳବାସୀଙ୍କୁ ପକ୍ଷରୁ ଠାକୁର ରାଜା ଜିଲ୍ଲାପାଳଙ୍କୁ ଠୁକୁରଙ୍କ ମୁଖ୍ୟ ପୂଜକ ଅରୁଣ ପଣ୍ଡା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ସାମ୍ବାଦିକଙ୍କୁ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ଟ୍ରଷ୍ଟି ଉପଜିଲ୍ଲାପାଳ ପୁଷ୍ପମାଲ୍ୟ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ରାଜ ଦରବାର ଅନୁଷ୍ଠିତ ହୋଇଥିଲା । ଅଂଚଳବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଠାକୁର ରାଜାଙ୍କୁ ଅଭିଯୋଗ କରିଥିଲେ । ଜନସାଧାରଣଙ୍କ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ଠାକୁର ରାଜା ଜିଲ୍ଲାପାଳ ଜେ ସୋନାଲ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମଙ୍କୁ ପଣ୍ଡିତ ପ୍ରଫୁଲ୍ଲ ସାହୁ ସଂଯୋଜନା କରିଥିବା ବେଳେ, ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ନାରାୟଣ ଦାସ, ସୁରପ୍ରସାଦ ନାୟକ, ସାରଦା ବେହେରା, କୋଷାଧ୍ୟକ୍ଷ ଅଭୟ ଦାଶ, ତରଙ୍ଗ ସେନ ପରିଡା, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ସମିତି ସଭ୍ୟା ମୌସୁମୀ ବାରିକ, କୃଷ୍ଣ ଚନ୍ଦ୍ର ଦାସ ପଙ୍କଜ ପ୍ରୀତି ପରିଡା, ସୁବାଷ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।