ପ୍ରତିଶ୍ରୁତି ଦେଲେ ଅନୁପାଳନ କଲାନି ପ୍ରଶାସନ

କାଳୀପୂଜା ଏବଂ ଭଷାଣୀ ଉସôବକୁ ଶୃଙ୍ଖଳିତ କରିବା ପାଇଁ ହୋଇଥିବା ବୈଠକରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି କିନ୍ତୁ ଭଷାଣୀ ଉସôବରେ ଦେଖିବାକୁ ମିଳିଲାନି । ଶୃଙ୍ଖଳିତ ବଦଳରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଲା । ଜିଲା, ଜିଲା ବାହାରୁ ଲକ୍ଷାଧିକ ଲୋକ ଭଷାଣୀ ଉସôବ ଦେଖିବାକୁ ବ୍ୟାସନଗରରେ ପହଁଚିଥିଲେ । ଏକଥା ବି ପ୍ରଶାସନକୁ ମାଲୁମ ଥିଲା । ଜନସଗାମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ସହ ସାଧା ପୋଷାକଧାରୀ ପୁଲିସ ମୃତୟନ କରାଯିବାକୁ ପୁଲିସ ପକ୍ଷରୁ ମିଳିଥିଲା ପ୍ରତିଶ୍ରୁତି । ହେଲେ ଭଷାଣୀ ଉସôବରେ ପୁଲିସର ଢିଲା ନୀତି ଦେଖିବାକୁ ମିଳିଥିଲା । ପ୍ରବଳ ଜନସମାଗମ, ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡ଼ିଥିଲା । ତା ଭିତରେ ମହିଳା ଦର୍ଶକ ସର୍ବାଧିକ ସାମିଲ ଥିଲେ । ଭିଡ଼କୁ ନିୟନ୍ତ୍ରଣ ଏବଂ କୈାଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବାକୁ ପୁଲିସ ଯେଭଳି ସଜାଗ ହେବା କଥା ତାହା ଦେଖିବାକୁ ମିଳିଲାନି । ଫଳରେ ମହିଳା ମାନେ ଅନେକ ସ୍ଥାନରେ ଅସଦାଚରଣର ସମ୍ମୁଖୀନ ହୋଇଥିଲେ । ଭିଡ଼ ଭିତରେ ପଶି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ବଦଳରେ ଘରକୁ ପଳାଇବାକୁ ଉଚିତ ମଣିଥିଲେ ମହିଳା ଦର୍ଶକ । ଭିଡ଼ ଏବଂ ସାଉଣ୍ଡ ବକ୍ସର ଗର୍ଜନରେ ଜନୈକ ବ୍ୟକ୍ତି ହୃଦଘାତର ସମ୍ମୁଖୀନ ହୋଇ ତଳେ ପଡ଼ିଯାଇଥିଲେ । ଯାହାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିବାକୁ ଚେଷ୍ଟା କରାଯିବା ବେଳେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା । ଜନସମାଗମ କାରଣରୁ କୌଣସି ଘଟଣା-ଦୁର୍ଘଟଣାରେ ରୋଗୀଙ୍କୁ ମେଡ଼ିକାଲ ନେବାକୁ ଆମ୍ବୁଲାନ୍ସ ରଖାଯିବା ନିହାତି ଆବଶ୍ୟକ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏତକ କରାଯାଇନଥିବାରୁ ହୃଦଘାତ ରୋଗୀଙ୍କୁ ପୁଲିସ ଗାଡ଼ିରେ ମେଡ଼ିକାଲ ନିଆଯାଇଥିଲା ।