୭ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି  । ମାଓ ବିରୋଧୀ ଅଭିଯାନ ଅନ୍ତର୍ଗତ ଭୈରମଗଡ଼ ଥାନା ପୁଲିସ ଏବଂ  ଡିଆରଜି ଯବାନମାନେ ମିଳିତ ଭାବେ କୋଲନାର, ଡାଲେର ଅଞ୍ଚଳ ଅଭିମୁଖେ ଏରିଆ ଡୋମିନେସନ ପାଇଁ ବାହାରିଥିଲେ  । ଡିଆରଜି, ଭୈରମଗଡ଼ ପୁଲିସ ଏବଂ ମିରତୁର ପୁଲିସ, ଛତିଶଗଡ଼ ସଶସ୍ତ୍ର ବାହିନୀ ୧୫/ଇ ବାଟାଲିୟନ ଦ୍ୱାରା କରାଯାଇଥିବା ପୃଥକ ମିଳିତ ଅପରେସନରେ ୭ ଜଣ ମାଓବାଦୀଙ୍କୁ ବିସ୍ଫୋରକ ସହିତ ଗିରଫ କରାଯାଇଛି  । ସେମାନଙ୍କ ନିକଟରୁ ଟିଫିନ୍ ବୋମା, କାର୍ଡେକ୍ସ ତାର, ଜିଲାଟିନ୍ ଷ୍ଟିକ୍, ଡେଟୋନେଟର୍, ବ୍ୟାଟେରୀ, ବିଦୁ୍ୟତ ତାର ଏବଂ ଭୂମି ଖୋଳିବା ଉପକରଣ ଜବତ କରାଯାଇଛି  । ଡାଲେର ଜଙ୍ଗଲରୁ ମାଓବାଦୀମାନଙ୍କୁ ଗିରଫ କରାଯାଇଥିଲା  ।