"ରାଜ୍ୟ ଜଳ ନୀତି’ ପ୍ରଣୟନ ଉପରେ ଆଲୋଚନା

 ଭୁବନେଶ୍ୱର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ନୂଆ ରାଜ୍ୟ ଜଳନୀତି ପ୍ରଣୟନ ସମ୍ପର୍କରେ ଆଲୋଚନା କରିଥିଲେ । ସମନ୍ୱିତ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ଜଳ ନୀତି ପ୍ରଣୟନର ବିଭିନ୍ନ ଦିଗ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥି ସହିତ ବିଭିନ୍ନ ଜଳଭଣ୍ଡାର ଓ ପ୍ରକଳ୍ପରେ ଉପଲବ୍ଧ ଜଳ କିପରି କୃଷି, ପାନୀୟଜଳ, ଶିଳ୍ପ ଓ ଅନ୍ୟାନ୍ୟ ଆବଶ୍ୟତା ପୂରଣ ପାଇଁ ସର୍ବୋତ୍ତମ ଉପଯୋଗ ହୋଇପାରିବ ସେ ସମ୍ପର୍କରେ ଉନ୍ନୟନ କମିଶନର ବିଭିନ୍ନ ପରାମର୍ଶ ଦେଇଥିଲେ ।