ରାଜ୍ୟରେ ଆଦିବାସୀ ଓ ମହିଳାଙ୍କ ଉପରେ ଅତ୍ୟାଚାର 


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର :  ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ଭରତପୁର ପୁଲିସ ଅତ୍ୟାଚାରକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଆନନ୍ଦପୁରର ପ୍ରାକ୍ତନ ବିଧାୟକ ଜୟଦେବ ଜେନା । ଘଟଣାକୁ ଗମ୍ଭୀର ଭାବେ ନେଇ ଶ୍ରୀ ଜେନା କହିଛନ୍ତି ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଏହା ଏକ ଲୋମ ହର୍ଷଣକାରୀ ଘଟଣା ହୋଇଥିବା ବେଳେ ବିଜେପି ସରକାର ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟପର୍ଯ୍ୟସ୍ତ ହୋଇ ପଡ଼ିଛି । ଆଦିବାସୀ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଯାଇଛି । ମେଜର ଏବଂ ତାଙ୍କ ବାନ୍ଧବୀ ନ୍ୟାୟ ପାଇଁ ଥାନାକୁ ଯାଇଥିଲା । ହେଲେ ତାଙ୍କୁ ନ୍ୟାୟ ବଦଳରେ ମିଳିଲା ଅତ୍ୟାଚାର । ଶହେ ଦିନର ସରକାର ଏସମ୍ପର୍କରେ ଜବାବ ଦେଉ ବୋଲି କାହିବା ସହିତ ବିଜେପି ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ବିଜେପିକୁ ସମାଲୋଚନା କରିବା ସହିତ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ।